Advertisment

ଘରେ ତିଆରି କରନ୍ତୁ ମାଟିହାଣ୍ଡି ଚିଙ୍ଗୁଡି କଷା

ମାଟିହାଣ୍ଡି ଚିଙ୍ଗୁଡି କଷାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।

prawn masala

prawn masala

Advertisment

ଆବଶ୍ୟକ ସାମଗ୍ରୀ- ଚିଙ୍ଗୁଡି, ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ପିଆଜ, ଅଦା ରସୁଣ ବଟା, ଟମାଟୋ ପେଷ୍ଟ୍, ଗରମ ମସଲା, ତେଜପତ୍ର, ପଞ୍ଚୁଫୁଟଣ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡିକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ଚିଙ୍ଗୁଡିକୁ ଧୋଇସାରିବା ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା ଓ ପିଆଜ ବଟା ପକାଇ ତାକୁ ଗୋଳାଇ ଦିଅନ୍ତୁ। ପରେ ତାକୁ କିଛି ସମୟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ। 

ପରେ ମାଟିହାଣ୍ଡିକୁ ଗ୍ୟାସରେ ବସାଇ ଗରମ କରନ୍ତୁ। ହାଣ୍ଡି ଗରମ ହୋଇଯିବା ପରେ ସେଥିରେ ତେଲ ପକାନ୍ତୁ। ପରେ ସେଥିରେ ତେଜପତ୍ର ଓ ଗୁଟା ମସଲା ପକାନ୍ତୁ। ଏହା ଭାଜି ହୋଇଗଲା ପରେ କଟା ପିଆଜ ପକାନ୍ତୁ। ପିଆଜ ନାଲି ହୋଇଗଲା ପରେ ସେଥିରେ ଅଦା ରସୁଣ ବଟା, ପିଆଜ ବଟା ପକାଇ କଷନ୍ତୁ। ପରେ ସେଥିରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ,  ଜିରାଗୁଣ୍ଡ, ଧନିଆଗୁଣ୍ଡ, ଟମାଟୋ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ମସଲାକୁ ଭଲ ଭାବେ କଷି ଦିଅନ୍ତୁ।   

Advertisment

ମସଲା କଷି ହୋଇଗଲା ପରେ ପୂର୍ବରୁ ରଖିଥିବା ଚିଙ୍ଗୁଡିକୁ ସେଥିରେ ପକାଇ  ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ।  ଏହା ଫୁଟିବା ପରେ ସେଥିରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଦିଅନ୍ତୁ।  ପରେ ହାଣ୍ଡିକୁ ଗ୍ୟାସ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଟିହାଣ୍ଡି ଚିଙ୍ଗୁଡି କଷା। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।

Prawn Masala Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe