Advertisment

ଶୀତଦିନେ ଘରେ ତିଆରି କରନ୍ତୁ ବନ୍ଧାକୋବି ପରଟା

ଗରମା ଗରମ ବନ୍ଧାକୋବି ପରଟାକୁ ଦହି, ଚଟଣୀ କିମ୍ବା ଆଚାର ସହ ଖାଆନ୍ତୁ।

cabbage paratha

cabbage paratha

Advertisment

ବନ୍ଧାକୋବିକୁ ନେଇ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇ ପାରିବ। ଶୀତ ଦିନରେ ବି ପରିବାର ଦର କମ୍‌ ରହିଥାଏ। ଏଥିପାଇଁ  ଘରେ ବନ୍ଧା କୋବି ପରଟା ପ୍ରସ୍ତୁତ କରିବା ସହଜ ହେବ। ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବା ବନ୍ଧାକୋବି ପରଟା।  

Advertisment

ଆବଶ୍ୟକ ସାମଗ୍ରୀ: ବନ୍ଧାକୋବି, ଅଦା,ରସୁଣ, କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଟା ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବନ୍ଧାକୋବିକୁ କାଟି ରଖନ୍ତୁ। ‌ ପରେ ଅଦା,ରସୁଣ ଓ କଞ୍ଚାଲଙ୍କାକୁ ଏକାଠି ବାଟି ସେଥିରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡକୁ ମିଶାଇ ଏହାକୁ ବନ୍ଧାକୋବି ସହ ଗୋଳାଇ ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ବନ୍ଧାକୋବିକୁ ଭଲ ଭାବରେ ଭାଜି ଦିଅନ୍ତୁ। ଏହା ଭାଜି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତି। 

Advertisment

ପରେ  ଅଟାକୁ ଏକ ପାତ୍ରରେ  ଆଣି ତାକୁ ଭଲ ଭାବରେ ଚକଟନ୍ତୁ। ଅଟା ଚକଟି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ ଘୋଡ଼ାଇ କିଛି ସମୟ ରଖି ଦିଅନ୍ତୁ।  କିଛି ସମୟ ପରେ ଛୋଟ ଛୋଟ ଅଟା ଗୋଳା ତିଆରି କରନ୍ତୁ। ପରେ ସେଥିରେ ଏହି ବନ୍ଧାକୋବି ପୁରକୁ ଦେଇ ବେଲନ୍ତୁ। ଏବେ ତାୱା ଗରମ କରି ପରଟା ସେକନ୍ତୁ।

ପରଟାର ଦୁଇ ପଟ ଭଲ ଭାବେ ସେକି ହୋଇଯିବା ପରେ ଏହା ଉପରେ ତେଲ କିମ୍ବା ଘିଅ ଦେଇ ଆହୁରି ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା  ବନ୍ଧାକୋବି ପରଟା। ଏହାକୁ ଗରମା ଗରମ ଦହି, ଚଟଣୀ କିମ୍ବା ଆଚାର ସହ ପରଷନ୍ତୁ।

Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe