Advertisment

ଆଚାରି ଚିକେନ୍‌

ଏହି ରେସିପିଟିକୁ ଆପଣ ରୁଟି, ନାନ୍‌, ପରଟା ବା ରୁମାଲ୍‌ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ

author-image
Tapaswini Nayak
‍Achari chicken

‍Achari chicken

ଆବଶ୍ୟକ ସାମଗ୍ରୀ:  ଚିକେନ୍‌,କଟା ପିଆଜ, ପିଆଜ- ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ଗୋଟା ପାନ ମଧୁରି,କଳା ଜିରା, ମେଥି, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ପାଉଡର, ଦହି, ଚାଟ୍‌ ମସଲା, ଆଚାର ଓ ଲୁଣ

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସାରିବା ପରେ ଏକ ପାତ୍ରରେ ରଖନ୍ତୁ। ପରେ ଗୋଟା ପାନ ମଧୁରି,କଳା ଜିରା ଓ ଅଳ୍ପ ମେଥି ପକାଇ ଭାଜି ଦିଅନ୍ତୁ। ଏହା ଭାଜି ହୋଇଗଲା ପରେ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ଚିକେନରେ ଦହି, ଅଦା ରସୁଣ ପେଷ୍ଟ, ଲୁଣ, ହଳଦି ଗୁଣ୍ଡ ଓ ଗ୍ରାଇଣ୍ଡିଂ କରି ରଖିଥିବା ଗୁଣ୍ଡକୁ ପକାଇ ଭଲଭାବରେ ଗୋଳେଇ ମ୍ୟାରିନେଟ୍ କରି ରଖନ୍ତୁ।

ଏବେ ଏକ କଡ଼େଇରେ ତେଲ ଗରମ କରି ଏଥିରେ ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଭାଜନ୍ତୁ। ପରେ ଏଥିରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ଏଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଏବଂ ଚାଟ୍‌ ମସଲା ପକାଇ ଆଉ କିଛି ସମୟ ଧୀମା ଆଞ୍ଚରେ କଷନ୍ତୁ। ମସଲା କଷି ହୋଇ ଆସିଲେ, ଏଥିରେ ମ୍ୟାରିନେଟ୍ ହୋଇ ରହିଥିବା ଚିକେନ୍‌, ଲୁଣ, ଆମଚୁର ପାଉଡର୍‌ ଓ କାଜୁ ପେଷ୍ଟ୍‌ ପକାଇ ପୁଣି କଷନ୍ତୁ। ପରେ ଏହାକୁ ସିଝିବା ଲାଗି କିଛି ସମୟ ଘୋଡ଼ଣୀ ଦେଇ ଛାଡ଼ି ଦିଅନ୍ତୁ। ସିଝିଗଲା ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।

Advertisment

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଚଟ୍‌ପଟା ଆଚାରି ଚିକେନ୍‌। ଏହି ରେସିପିଟିକୁ ଆପଣ ରୁଟି, ନାନ୍‌, ପରଟା ବା ରୁମାଲ୍‌ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Orissa Food Lifestyle