ଶୀତ ଦିନିଆ ସନ୍ଧ୍ୟାରେ ଚା’ କପେ ସହ କିଛି ଗରମାଗରମ, ଚଟପଟା ଖାଇବାକୁ ମିଳିଗଲେ, ତାହାର ମନା ନିଆରା। ତେଣୁ ଫଟାଫଟ ପ୍ରସ୍ତୁତ ହୋଇ ପାରୁଥିବା ଏକ ରେସିପି ସନ୍ଧ୍ୟା ଟି ଟାଇମ୍ ସ୍ନାକ୍ସ ଭାବେ ପ୍ରସ୍ତୁତ କରିବା। ଏହି ରେସିପି ହେଉଛି ପନିର ଆଳୁ କବାବ ।
ଆବଶ୍ୟକ ସାମଗ୍ରୀ: ଆଳୁ, ପନିର, ଲୁଣ, ଜୁଆଣି, କଟା ପିଆଜ, ଅଦା, ରସୁଣ, କଟା କଞ୍ଚା ଲଙ୍କା, ସେଜଓ୍ଵାନ ସସ୍, କର୍ନଫ୍ଲୋର, ଧନିଆ ପତ୍ର, ଅଦା, ରସୁଣ,ଗାଜର, କ୍ୟାପସିକମ୍ ।
ଆଳୁ ପନିର କବାବ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ପନିର ଓ ସିଝା ଆଳୁକୁ ନେଇ ଚକଟି ଦିଅନ୍ତୁ। ଏବେ ସେଥିରେ କଟା ହୋଇଥିବା ପିଆଜ, ଲୁଣ, କଟା କଞ୍ଚା ଲଙ୍କା, ଜୁଆଣି ଏବଂ ସେଜଓ୍ଵାନ ସସ୍, ଧନିଆ ପତ୍ର, ଛୋଟ ଛୋଟ କଟା ହୋଇଥିବା ଗାଜର, କ୍ୟାପସିକମ୍ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ସେଥିରେ କିଛି ଅଦା, ରସୁଣ ପକାଇ ମିଶାଇ ଦିଅନ୍ତୁ। ଏହାକୁ ଛୋଟ ଛୋଟ ଟିକ୍କି ପରି ଗୁଳା କରି ଦିଅନ୍ତୁ। ଏବେ କର୍ନ ଫ୍ଲୋର ଘୋଳରେ କବାବ୍କୁ ବୁଡାଇ ତେଲରେ ଛାଣିଦିଅନ୍ତି।
ଏବେ ସସ୍ ସହିତ ଗରମାଗରମ ପରଷନ୍ତୁ ଆଳୁ ପନିର କବାବ୍ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।