Advertisment

ସନ୍ଧ୍ୟା ଚା’ରେ ଖୁବ ଜମିବ ପନିର ଆଳୁ କବାବ, ଜାଣି ରଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଫଟାଫଟ ପ୍ରସ୍ତୁତ ହୋଇ ପାରୁଥିବା ଏକ ରେସିପି ସନ୍ଧ୍ୟା ଟି ଟାଇମ୍‌ ସ୍ନାକ୍ସ ଭାବେ ପ୍ରସ୍ତୁତ କରିବା। ଏହି ରେସିପି ହେଉଛି ପନିର ଆଳୁ କବାବ ।

ଅଦ୍ୟତନ ହୋଇଛି
Aloo Paneer Kebab

Aloo Paneer Kebab

Advertisment

ଶୀତ ଦିନିଆ ସନ୍ଧ୍ୟାରେ ଚା’ କପେ ସହ କିଛି ଗରମାଗରମ, ଚଟପଟା ଖାଇବାକୁ ମିଳିଗଲେ, ତାହାର ମନା ନିଆରା। ତେଣୁ ଫଟାଫଟ ପ୍ରସ୍ତୁତ ହୋଇ ପାରୁଥିବା ଏକ ରେସିପି ସନ୍ଧ୍ୟା ଟି ଟାଇମ୍‌ ସ୍ନାକ୍ସ ଭାବେ ପ୍ରସ୍ତୁତ କରିବା। ଏହି ରେସିପି ହେଉଛି ପନିର ଆଳୁ କବାବ ।

Advertisment

ଆବଶ୍ୟକ ସାମଗ୍ରୀ: ଆଳୁ, ପନିର, ଲୁଣ, ଜୁଆଣି, କଟା ପିଆଜ, ଅଦା, ରସୁଣ, କଟା କଞ୍ଚା ଲଙ୍କା, ସେଜଓ୍ଵାନ ସସ୍‌, କର୍ନଫ୍ଲୋର, ଧନିଆ ପତ୍ର, ଅଦା, ରସୁଣ,ଗାଜର, କ୍ୟାପସିକମ୍‌  ।

ଆଳୁ ପନିର କବାବ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ପନିର ଓ ସିଝା ଆଳୁକୁ ନେଇ ଚକଟି ଦିଅନ୍ତୁ। ଏବେ ସେଥିରେ କଟା ହୋଇଥିବା ପିଆଜ, ଲୁଣ, କଟା କଞ୍ଚା ଲଙ୍କା, ଜୁଆଣି ଏବଂ ସେଜଓ୍ଵାନ ସସ୍‌, ଧନିଆ ପତ୍ର, ଛୋଟ ଛୋଟ କଟା ହୋଇଥିବା ଗାଜର, କ୍ୟାପସିକମ୍‌ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।  ସେଥିରେ କିଛି ଅଦା, ରସୁଣ ପକାଇ ମିଶାଇ ଦିଅନ୍ତୁ। ଏହାକୁ ଛୋଟ ଛୋଟ ଟିକ୍କି ପରି ଗୁଳା କରି ଦିଅନ୍ତୁ। ଏବେ କର୍ନ ଫ୍ଲୋର ଘୋଳରେ କବାବ୍‌କୁ ବୁଡାଇ ତେଲରେ ଛାଣିଦିଅନ୍ତି।

Advertisment

ଏବେ ସସ୍‌ ସହିତ ଗରମାଗରମ ପରଷନ୍ତୁ ଆଳୁ ପନିର କବାବ୍‌ ।

Indian Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe