Advertisment

ଘରେ ତିଆରି କରନ୍ତୁ ଅଟା ବିସ୍କୁଟ

ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ବିସ୍କୁଟ ଖାଇବାକୁ ପସନ୍ଦ କରିଥାନ୍ତି।

ଅଦ୍ୟତନ ହୋଇଛି
Biscute

Biscute

Advertisment

ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ବିସ୍କୁଟ ଖାଇବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ଆମେ ବଜାରରୁ ଘରକୁ କିଣିକ ଆଣିଥାନ୍ତି। କିନ୍ତୁ ଆମେ ବିଭିନ୍ନ ପ୍ରକାର ବିସ୍କୁଟ  ଘରେ ତିଆରି କରିପାରିବା। ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବା ଅଟା ବିସ୍କୁଟ। 

Advertisment

ଆବଶ୍ୟକ ସାମଗ୍ରୀ: ଗୁଆ ଘିଅ, ଚିନି, ଅଟା, ବେସନ, ଲୁଣ, ବ୍ରେକିଂ ପାଉଡର, କ୍ଷୀର

ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ କିଛି ଗୁଆ ଘିଅ ନିଅନ୍ତୁ। ସେଥିରେ ଚିନିକୁ ଗ୍ରାଇଣ୍ଡିଂ କରି ପକାନ୍ତୁ। ଏହାକୁ ଭଲଭାବରେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଗୋଳାନ୍ତୁ। ଆପଣ ଯେତେ ଭଲ ଭାବରେ ଗୋଳାଇବେ, ବିସ୍କୁଟଟି ସେତେ କ୍ରିପ୍ସି ହେବ।

ଚିନି ଗୁଆ ଘିଅକୁ ଭଲ ଭାବରେ ଗୋଳାଇ ସାରିବା ପରେ ସେଥିରେ ଅଟା ପକାନ୍ତୁ। ପରେ ସେଥିରେ ବେସନ, ସ୍ୱାଦ ଅନୁସାରେ ଲୁଣ, ଆବଶ୍ୟକ ଅନୁସାରେ ବ୍ରେକିଂ ପାଉଡର ଓ କ୍ଷୀର ପକାଇ ଭଲଭାବରେ ଚକଟନ୍ତୁ। ଏହାକୁ ଭଲ ଭାବରେ ଚକଟି ସାରିବା ପରେ ବିସ୍କୁଟ ଆକାରରେ ଗଢ଼ନ୍ତୁ। ଟ୍ରେରେ ବିସ୍କୁଟକୁ ରଖି ଦିଅନ୍ତୁ। ପରେ ଓଭାନକୁ ଗରମ କରନ୍ତୁ। ଏହା ପରେ ବିସ୍କୁଟ ଟ୍ରେକୁ ଓଭାନରେ ରଖି ଦିଅନ୍ତୁ। ୧୦ରୁ ୧୫ ମିନିଟ୍ ଓଭାନ ଭିତରେ ଏହାକୁ ରଖନ୍ତୁ। ପରେ ଏହା ପରେ ବହାରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଟା ବିସ୍କୁଟ ।

Advertisment
Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe