Advertisment

ବର୍ଷା ପାଗରେ ଘରେ ତିଆରି କରନ୍ତୁ ବାଜରା ଖେଚେଡ଼ି

ବାଜରା ଖେଚେଡିକୁ ଆଚାର, ଦହି, ଆଳୁ ଭର୍ତ୍ତା ସହିତ ଖାଇ ପାରିବେ।

Bajra Khichdi

Bajra Khichdi

Advertisment

ସାମଗ୍ରୀ: ବାଜରା,ବାଦାମ ମଞ୍ଜି,ଗରମ ମସଲା,ଧନିଆ ପାଉଡର, ହଳଦୀ ପାଉଡର, ଜିରା, ଲଙ୍କା ପାଉଡର, ହେଙ୍ଗୁ, ଘିଅ, ଲୁଣ

Advertisment

ପ୍ରସ୍ତୁତ ପ୍ରଣାଳି: ଏକ ପାତ୍ରରେ ବାଜରା ନେଇ ପାଣିରେ ଭଲ ଭାବରେ ସଫା କରି ଦିଅନ୍ତୁ। ହାକୁ କିଛି ସମୟ ପରିଷ୍କାର ପାଣିରେ ଭିଜାଇ ରଖନ୍ତୁ। ବର୍ତ୍ତମାନ ବାଜରାରୁ ପାଣି ବାହାର କରି ଏହାକୁ କୁଟି ସେଥିରୁ ଭୁସି ବାହାର କରିଦିଅନ୍ତୁ। ବର୍ତ୍ତମାନ କୁକରରେ ପାଣି ନେଇ ସେଥିରେ ବାଜରା ଗୁଣ୍ଡ ପକାନ୍ତୁ। କିଛି ଲୁଣ ଏବଂ ହଳଦୀ ପାଉଡର ପକାନ୍ତୁ। କୁକରରେ ଢାଙ୍କୁଣୀ ଦେଇ ସିଝାନ୍ତୁ।

୪ରୁ ୫ଟି ସିଟି ମାରିବା ପର୍ଯ୍ୟନ୍ତ ରଖନ୍ତୁ।ଢାଙ୍କୁଣୀ ଖୋଲି ଦେଖନ୍ତୁ ବାଜରା ନରମ ହୋଇଯାଇଥିବ।ଏବେ ଏକ ପ୍ୟାନକୁ ନିଆଁରେ ବସାଇ ଘିଅ ପକାନ୍ତୁ। ଏଥିରେ ହେଙ୍ଗୁ, ଜିରା, ବାଦାମ ପକେଇ ଭାଜନ୍ତୁ। ଏବେ ଧନିଆ ପାଉଡର, ଗରମ ମସଲା, ଚିଲି ପାଉଡର ପକାଇ ୧ ମିନିଟ୍ ପାଇଁ ଭାଜନ୍ତୁ।ବର୍ତ୍ତମାନ ଏଥିରେ ରନ୍ଧା ହୋଇଥିବା ବାଜରା ପକେଇ ଭଲ ଭାବରେ ଘାଣ୍ଟନ୍ତୁ।ଯଦି ଆପଣ ଚାହାଁନ୍ତି, ସ୍ୱାଦ ବଢାଇବା ପାଇଁ ଆପଣ ଏଥିରେ ଟମାଟୋ ଏବଂ ଗ୍ରୀନ୍ ମଟର ମଧ୍ୟ ପକାଇ ପାରିବେ। ପ୍ରସ୍ତୁତ ହୋଇଗଲା ବାଜରା ଖେଚେଡି। ଆପଣ ଏହାକୁ ଆଚାର, ଦହି, ଆଳୁ ଭର୍ତ୍ତା ସହିତ ଖାଇ ପାରିବେ।

Advertisment
Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe