Advertisment

ବସନ୍ତ ପଞ୍ଚମୀରେ ଘରେ ପ୍ରସ୍ତୁତ କରନ୍ତୁ ବସନ୍ତୀ ଚାଉଳ

ଏହି ଦିନ ସମସ୍ତ୍ର ବିଦ୍ୟାଦାତ୍ରୀ ମା’ଙ୍କୁ ଆରାଧନା କରିବା ସହ ବିଭିନ୍ନ ପ୍ରକାର ଭୋଗ ଲଗାଇ ଥାଆନ୍ତି। ତେବେ ଆଜି ବସନ୍ତ ପଞ୍ଚମୀରେ ଆସନ୍ତୁ ଘରେ ପ୍ରସ୍ତୁତ କରିବା ବସନ୍ତୀ ଚାଉଳ ।

author-image
Niharika Rout
Racipe

Racipe

ଆଜି ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା। ଏହି ଦିନ ସମସ୍ତ୍ର ବିଦ୍ୟାଦାତ୍ରୀ ମା’ଙ୍କୁ ଆରାଧନା କରିବା ସହ ବିଭିନ୍ନ ପ୍ରକାର ଭୋଗ ଲଗାଇ ଥାଆନ୍ତି। ତେବେ ଆଜି ବସନ୍ତ ପଞ୍ଚମୀରେ ଆସନ୍ତୁ ଘରେ ପ୍ରସ୍ତୁତ କରିବା ବସନ୍ତୀ ଚାଉଳ । କେହି କେହି ଏହାକୁ ହଳଦିଆ ଭାତ ବି କହିଥାନ୍ତି। ଏହାକୁ ମା’ଙ୍କ ନିକଟରେ ଭୋଗ ବି ଲଗାଇ ହେବ । ଆଜି ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

Advertisment

ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, କାଜୁ, କିସମିସ, ବାଦାମ, କେଶର, କ୍ଷୀର, ଡାଲଚିନି, ଗୁଜରାତି, ଚିନି, ଦେଶୀ ଘିଅ, ତେଜପତ୍ର 

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ପ୍ୟାନ୍‌ରେ ଦେଶୀ ଘିଅ ଗରମ କରାନ୍ତୁ। ଏହାପରେ ସେଥିରେ ଡ୍ରାଏ ଫ୍ରୁଟ୍ସ କାଜୁ, କିସମିସ, ବାଦାମ ପକାଇ ଗୋଲଡେନ ଫ୍ରାଏ କରି ଦିଅନ୍ତୁ। ପ୍ୟାନ୍‌ରେ ଆଉ କିଛି ଘିଅ ନେଇ ଗରମ କରନ୍ତୁ। ସେଥିରେ ତେଜପତ୍ର, ଗୁଜରାତି, ଡାଲଚିନି ପକାଇ ହାଲକା ଭାଜି ଦିଅନ୍ତୁ। ପରେ ସେଥିରେ ଚାଉଳକୁ ଛାଣି ପକାଇ କିଛି ସମୟ ଭାଜି ଦିଅନ୍ତୁ।

Advertisment

ଚାଉଳ ହାଲକା ଫ୍ରାଏ ହେବା ପରେ ସେଥିରେ ତାହାର ଦୁଇ ଗୁଣା ପାଣି ଦିଅନ୍ତୁ। ପାଣି ଫୁଟିଲେ ସେଥିରେ କିଛି ହଳଦି ରଙ୍ଗର ଫୁଡ କଲର ପକାନ୍ତୁ। ଏହା ପରେ ପ୍ୟାନ୍‌କୁ ଘୋଡ଼ାଇ ଦେଇ ଗ୍ୟାସ୍‌କୁ ସିମ୍‌ କରି ଦିଅନ୍ତୁ।

ଚାଉଳ ୯୦% ସିଝି ଯିବା ପରେ ଢାଙ୍କୁଣି କାଢନ୍ତୁ। ସେଥିରେ ସ୍ୱାଦ ଅନୁଯାୟୀ ଚିନି, କ୍ଷୀର ମିଶା କେଶର, ଡ୍ରାଏ ଫ୍ରୁଟ୍ସ, ଗୁଜରାତି ପାଉଡର ପକାନ୍ତୁ। ଏହାପରେ ତାହାକୁ ଭଲ ଭାବେ ଗୋଳାଇ ଘୋଡ଼ାଇ ଦିଅନ୍ତୁ। ଏବେ ଗ୍ୟାସ୍‌କୁ ସିମ୍‌ କରି ତାହାକୁ ୫ ମିନିଟ୍‌ ପାଇଁ ଘୋଡ଼ାଇ ଦିଅନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ବସନ୍ତୀ ଚାଉଳ ।

Odia Food Recipe