Advertisment

ଘରେ ତିଆରି କରନ୍ତୁ ଛତୁର ଏହି ରେସିପି

ବର୍ଷା ପାଗରେ ଘରେ ତିଆରି କରନ୍ତୁ ଛତୁ ବରା।

author-image
Tapaswini Nayak
chatu bara

chatu bara

ଆବଶ୍ୟକ ସାମଗ୍ରୀ: ଛତୁ, ବେସନ, ମସଲା ଗୁଣ୍ଡ, ରସୁଣ କଟା, ପୋସ୍ତ ବଟା, ଜୀରା ବଟା, ପିଆଜ, ଅଦା, ଲଙ୍କା, ଲୁଣ, ଆଳୁ ଓ ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ ଛୋଟ ଛୋଟ କାଟି ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ପରେ ତାକୁ ପାଣିରେ ସିଝାଇ ଦିଅନ୍ତୁ। ଏହା ସିଝି ଗଲା ପରେ ତାକୁ  ଥଣ୍ଡା ହେବା ପାଇଁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ  ସେଥିରେ ବେସନ, ମସଲା ଗୁଣ୍ଡ, ରସୁଣ କଟା, ପୋସ୍ତ ବଟା, ଜିରା ବଟା, କଟା ପିଆଜ, କଟା ଅଦା, କଞ୍ଚା ଲଙ୍କା, ସ୍ୱାଦ ଅନୁସାରେ ଲୁଣ, ସିଝା ଆଳୁ ଓ ତେଲ ପକାଇ ଭଲ ଭାବେ ଚକଡି ଦିଅନ୍ତୁ।

ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପେଷ୍ଟରୁ ବରା ଆକାରରେ ଗଢନ୍ତୁ। ପରେ ତାକୁ  ତେଲରେ ଛାଣନ୍ତୁ। ବରାର ଦୁଇ ପାଖ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛତୁ ବରା।  

Advertisment
Orissa Food