Advertisment

ଭାରି ଟେଷ୍ଟି ‘ଛେନା ଝିଲି’

ଛେନା ଝିଲିକୁ ଘରେ ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

chena jhili

chena jhili

Advertisment

ଛେନା ଝିଲି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ: ସୁଜି, ମଇଦା, ଚିନି, ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା, ଛେନା, ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନା ଝିଲି ତିଆରି କରିବା ପୂର୍ବରୁ ଚିନିରେ ଶିରା ପ୍ରସ୍ତୁତ କରନ୍ତୁ।ଏହାପରେ ବଜାର କିମ୍ୱା ଘରେ ବନେଇଥିବା ଛେନା  ଗ୍ରାମ ଛେନା ଆଣନ୍ତୁ।ଏହାକୁ ଏକ ପାତ୍ରରେ ରଖି ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଚକଟନ୍ତୁ। ଏହାପରେ ସେଥିରେ ସୁଜି,  ମଇଦା,  ଚିନି,ଅଳ୍ପ ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଚକଟି ଦିଅନ୍ତୁ।

ଏହାପରେ ତାକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ। ଏହା ପରେ ଚକଟା ଛେନାକୁ ଛେନା ଝିଲିର ସେପ ଦେଇ ଗଢ଼ନ୍ତୁ। ଏହାପରେ ଚୁଲିରେ କଡେଇ ବସାନ୍ତୁ, କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗଢ଼ି ରଖିଥିବା ଛେନା ଝିଲିକୁ ଅଳ୍ପ ଆଞ୍ଚରେ ଛାଣନ୍ତୁ। ଛେନା ଝିଲିର ରଙ୍ଗ ବାଦାମୀ ହେଲା ପର୍ଯ୍ୟନ୍ତ ଛାଣନ୍ତୁ। ଏହାର ରଙ୍ଗ ବାଦାମୀ ହୋଇ ଆସିଲେ ତାକୁ ଛାଣି ଶିରାରେ କିଛି ସମୟ ପର୍ଯ୍ୟନ୍ତ ପକାଇ ରଖନ୍ତୁ।

Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ମିଠା ‘ଛେନା ଝିଲି’ । ଏହି ମିଠାକୁ ପ୍ଲେଟ୍‌କୁ ବାହାର କରି ପରଷି ଦିଅନ୍ତୁ । ଛେନା ଝିଲିକୁ ଘରେ ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe