Advertisment

ମହାସପ୍ତମୀରେ ଘରେ ତିଆରି କରନ୍ତୁ ‘ଛେନା ଝିଲି’

ପ୍ରସ୍ତୁତ ହୋଇଗଲା ଛେନା ଝିଲି। ଛେନା ଝିଲିକୁ ରୁଟି ଓ ପରଟା ସହିତ ଖାଇପାରିବେ।

author-image
Tapaswini Nayak
chhena jhili

chhena jhili

ଆବଶ୍ୟକ ସାମଗ୍ରୀ: ସୁଜି, ମଇଦା, ଚିନି, ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା, ୫୦୦ ଗ୍ରାମ ଛେନା, ତେଲ

Advertisment

ପ୍ରସ୍ତତି ପ୍ରଣାଳୀ: ଛେନା ଝିଲି ତିଆରି କରିବା ପୂର୍ବରୁ ଚିନିରେ ଶିରା ପ୍ରସ୍ତୁତ କରନ୍ତୁ। ତା’ପରେ ଛେନାକୁ ଏକ ପାତ୍ରରେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଚକଟନ୍ତୁ। ପରେ ସେଥିରେ ତିନି ଚାମଚ ସୁଜି, ଦୁଇ ଚାମଚ ମଇଦା, ଗୋଟିଏ ଚାମଚ ଚିନି, ଅଳ୍ପ ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଚକଟି ଦିଅନ୍ତୁ। ଏହାପରେ ତାକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ।

ତା’ପରେ ଚକଟା ଛେନାକୁ ଛେନା ଝିଲିର ସେପ ଦେଇ ଗଢ଼ନ୍ତୁ। ଏବେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗଢ଼ି ରଖିଥିବା ଛେନା ଝିଲିକୁ ଅଳ୍ପ ଆଞ୍ଚରେ ଛାଣନ୍ତୁ। ଏହାର ରଙ୍ଗ ବାଦାମୀ ହୋଇ ଆସିଲେ ତାକୁ ଛାଣି ଶିରାରେ କିଛି ସମୟ ପର୍ଯ୍ୟନ୍ତ ପକାଇ ରଖନ୍ତୁ। ପରେ ଏକ ପାତ୍ରକୁ  କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛେନା ଝିଲି। ଆଜି ମହାସପ୍ତମୀରେ ଘରେ ତିଆରି କରି ମା’ଙ୍କ ପାଖରେ ଭୋଗ ଲଗାନ୍ତୁ।

Advertisment
Orissa Food