Advertisment

ଘରେ ତିଆରି କରନ୍ତୁ ଚିକେନର ଏହି ସୁନ୍ଦର ରେସିପି

ଘରେ ତିଆରି କରନ୍ତୁ ‘ଚିକେନ କିମା କଟ୍‌ଲେଟ୍’।

ଅଦ୍ୟତନ ହୋଇଛି
chicken keema cutlet

chicken keema cutlet

Advertisment

ଆବଶ୍ୟକ ସାମଗ୍ରୀ: ଚିକେନ କିମା, ପିଆଜ, ସିଝା ଆଳୁ, କର୍ଣ୍ଣଫ୍ଲୋର, କଞ୍ଚା ଲଙ୍କା, ଅଦା ଓ ରସୁଣ ବଟା, ଗରମ ମସଲା, ଲଙ୍କା ଗୁଣ୍ଡ, କଟା ଧନିଆ ପତ୍ର, ତେଲ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜର ରଙ୍ଗ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ସେଥିରେ ଚିକେନ କିମା, ଅଦା ଓ ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। କିଛି ସମୟ ପରେ ଏଥିରେ ଲଙ୍କା ଗୁଣ୍ଡ, ଲୁଣ ଓ ଗରମ ମସଲା ପକାଇ କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ। ଚିକେନ ଭଲ ଭାବେ ସିଝି ଗଲା ପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ଗୋଟିଏ ପାତ୍ରରେ କର୍ଣ୍ଣଫ୍ଲୋର ଓ ଅଳ୍ପ ପାଣି ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଅନ୍ୟ ଏକ ପାତ୍ରରେ ସିଝା ଆଳୁକୁ ଲୁଣ ଦେଇ ଚକଟି ସେଥିରେ ପୂର୍ବ ପ୍ରସ୍ତୁତ ଚିକେନ ମିଶାନ୍ତୁ।

ଏହି ମିଶ୍ରଣକୁ ଅଟାଗୋଳା ପରି ଗୋଲ ଗୋଲ କରି ତାକୁ ଦୁଇ ହାତରେ ଅଳ୍ପ ଚାପି କର୍ଣ୍ଣଫ୍ଲୋର ଘୋଳରେ ବୁଡ଼ାଇ ତେଲରେ ଛାଣନ୍ତୁ। ଗୋଲ୍ଡେନ୍‌ ବ୍ରାଉନ୍‌ ରଙ୍ଗ ହେବା ପରେ ସେଗୁଡ଼ିକୁ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଚିକେନ କିମା କଟ୍‌ଲେଟ୍‌’। ଏହାକୁ ସସ୍ କିମ୍ବା ଚଟଣି ସହ ପରଷନ୍ତୁ।

Advertisment
Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe