Advertisment

ଦେଶୀ ଷ୍ଟାଇଲ୍‌ରେ ବନାନ୍ତୁ ‘ଚିକେନ୍ ପତ୍ର ପୋଡ଼ା’

ଏହି ରେସିପିକୁ ପ୍ଲେଟ୍‌ରେ କଞ୍ଚା ଲଙ୍କା, ଧନିଆ ପତ୍ର ଓ ପିଆଜ ଦେଇ ସଜାଇ ଗରମ ଗରମ ଖାଆନ୍ତୁ।

author-image
Tapaswini Nayak
chicken patra poda

chicken patra poda

ଆବଶ୍ୟକ ସାମଗ୍ରୀ: ଚିକେନ, ସୋରିଷ ତେଲ, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ପିଆଜ,ରସୁଣ, ଅଦା ପେଷ୍ଟ, ଗରମ ମସଲା, ଚିକେନ୍‌ ପାଉଡର, ଲୁଣ ,ହଳଦୀ, କଦଳୀ ପତ୍ର, ଚାଇନିଜ୍‌ ସଲ୍ଟ, ଧନିଆ ପତ୍ର, କଞ୍ଚା ଲଙ୍କା, କଞ୍ଚା ପିଆଜ

Advertisment

ପ୍ରସ୍ତୁତି ପ୍ରଣାଳୀ: ବଜାରରୁ ଚିକେନ ଆଣି ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ତାକୁ ଏକ ପ୍ଲେଟରେ ରଖନ୍ତୁ। ଏହାପରେ ସେଥିରେ ଲୁଣ, ହଳଦି ଓ ସୋରିଷ ତେଲ ଦେଇ ପିଆଜ, ଅଦା ଓ ରସୁଣ ପେଷ୍ଟ ପକାନ୍ତୁ। ତା’ ପରେ ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ପାଉଡର ପକାଇ ଗୋଳାଇ ଦିଅନ୍ତୁ। ସେଥିରେ କିଛି ଚାଇନିଜ୍‌ ସଲ୍ଟ ପ ଚିକେନ୍ ପାଉଡର ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।ପରେ ମସଲା ଗୋଳାଯାଇଥିବା ଚିକେନ୍‌କୁ କିଛି ସମୟ ଫ୍ରିଜରେ ରଖି ଦିଅନ୍ତୁ।

ପରେ ଦୁଇଟି ବଡ଼ ଖଣ୍ଡ କଦଳୀ ପତ୍ର ଆଣନ୍ତୁ। ପତ୍ରକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ।ଗୋଟିଏ କଦଳୀ ପତ୍ରରେ ସୋରିଷ ତେଲକୁ ଚାରି ଆଡେ ମାରି ଦିଅନ୍ତୁ। ସେଥିରେ ମସଲା ଗୋଳା ଚିକେନ୍‌କୁ ରଖନ୍ତୁ। ତାକୁ ଭଲ ଭାବରେ ଗୁଡ଼ାନ୍ତୁ। ଏକ ସୁତଲିରେ ତାକୁ ବାନ୍ଧନ୍ତୁ। ଅନ୍ୟ ଖଣ୍ଡେ କଦଳୀ ପତ୍ରରେ ଆଉଥରେ ତାକୁ ଗୁଡ଼ାନ୍ତୁ। ଦୁଇ ଖଣ୍ଡ କଦଳୀ ପତ୍ରରେ ଚିକେନ୍‌ ଗୁଡ଼ାଇ ଦେଲେ ତାହା ଶୀଘ୍ର ପୋଡ଼ିବ ନାହିଁ। ଏହାପରେ ତାକୁ ନେଇ ଅଳ୍ପ ନିଆଁ ଥିବା ଆଞ୍ଚରେ ପୋଡ଼ନ୍ତୁ। କିଛି ସମୟ ଗୋଟିଏ ପଟ ନିଆଁରେ ବସିବା ପରେ ତାକୁ ଓଲଟାଇ ଦିଅନ୍ତୁ। କିଛି ସମୟ ଏହାକୁ ଆଞ୍ଚରେ ରଖନ୍ତୁ। ଏହା ପ୍ରସ୍ତୁତ ହୋଇଯିବା ପରେ ତାକୁ ବାହାରକୁ କାଢ଼ି ଆଣନ୍ତୁ। ଥଣ୍ଡା ହେଲା ପରେ ପ୍ଲେଟରେ କାଢ଼ନ୍ତୁ। ପ୍ରସ୍ତୁତ ହୋଇଗଲା 'ଚିକେନ ପତ୍ର ପୋଡ଼ା'। ଏହି ରେସିପିକୁ ପ୍ଲେଟ୍‌ରେ କଞ୍ଚା ଲଙ୍କା, ଧନିଆ ପତ୍ର ଓ ପିଆଜ ଦେଇ ସଜାଇ ଗରମ ଗରମ ଖାଆନ୍ତୁ। 

Advertisment
Odia Food Recipe Chicken Patra Poda