chicken tikka
ଆବଶ୍ୟକ ସାମଗ୍ରୀ: ବୋନ୍ଲେସ୍ ଚିକେନ୍, ଅଦା, ରସୁଣ, ଲଙ୍କା ପେଷ୍ଟ୍, ଲେମ୍ବୁ ରସ, କାଜୁ ପେଷ୍ଟ୍, ମଲାଇ, ଦହି, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍ ମସଲା, ମହୁ, ଲୁଣ ଓ ତେଲ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦା, ରସୁଣ, ଲଙ୍କା ପେଷ୍ଟ ଓ ଲେମ୍ବୁ ରସକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ତାକୁ କିଛି ସମୟ ମ୍ୟାରିନେଟ୍ ପାଇଁ ଛାଡି ଦିଅନ୍ତୁ। ତା'ପରେ ଅନ୍ୟ ଏକ ପାତ୍ରରେ କାଜୁ ପେଷ୍ଟ, ମଲାଇ ଓ ଦହିକୁ ମିଶାନ୍ତୁ। ମ୍ୟାରିନେଟ୍ ହୋଇ ରହିଥିବା ଚିକେନ୍କୁ ସେଥିରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଗରମ ମସଲା, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍ ମସଲା ପକାଇ ଗୋଳାଇ ଦିଅନ୍ତୁ।
ତା'ପରେ ସେଥିରେ ମହୁ, ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାନ୍ତୁ। ପୁଣି ଥରେ ମ୍ୟାରିନେଟ୍ କରିବା ଲାଗି ଅଧଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ। ତା'ପରେ ଚିକେନ୍କୁ କାଠି ଭିତରେ ପୁରାଇ ରଖନ୍ତୁ। ପରେ କରେଇକୁ ଗରମ କରନ୍ତୁ। ସେଥିରେ ବଟର ପକାଇ କାଠି ଚିକେନକୁ ତା' ଉପରେ ରଖି ଦିଅନ୍ତୁ। ତାକୁ କିଛି ସମୟ ପାଇଁ ଢାଙ୍କି ଦିଅନ୍ତୁ। ଏହାର ରଙ୍ଗ ବାଦାମୀ ହୋଇ ଆସିଲେ ତାକୁ ଓଲଟାଇ ଦିଅନ୍ତୁ। ଦୁଇ ପାଖର ରଙ୍ଗ ବାଦାମୀ ହୋଇ ଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚିକେନ୍ ଟିକା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1697009556.jpg)