Advertisment

ଗରମ ଭାତ ସହ ଖାଆନ୍ତୁ ଚିଙ୍ଗୁଡ଼ି ଲାଉ ଘାଣ୍ଟ

ଘରେ ତିଆରି କରନ୍ତୁ ଚିଙ୍ଗୁଡ଼ି ଲାଉ ଘାଣ୍ଟ।

ଅଦ୍ୟତନ ହୋଇଛି
Chingudi ghanta

Chingudi ghanta

Advertisment

ଆବଶ୍ୟକ ସାମଗ୍ରୀ: ଲାଉ, ଚିଙ୍ଗୁଡ଼ି, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ରସୁଣ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ, କଟା ଟମାଟୋ, ଗରମ ମସଲା

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ଲୁଣ ହଳଦୀ ଗୋଳାଇ ରଖି ଦିଅନ୍ତୁ। ତା’ପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଫୁଟଣ, କଞ୍ଚା ଲଙ୍କା, କଟା ପିଆଜ, ଲୁଣ, କଟା ରସୁଣ ପକାଇ ଭାଜି ଦିଅନ୍ତୁ। ତା’ପରେ ସେଥିରେ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ।

ଅଳ୍ପ ସମୟ ପରେ ହଳଦୀ ଗୁଣ୍ଡ ଓ ଲୁଣ ଗୋଳା ହୋଇ ରହିଥିବା ଚିଙ୍ଗୁଡ଼ି କଡ଼େଇରେ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ। ଏହା ପରେ ସେଥିରେ କଟା ଟମାଟୋ ପକାଇ ଭଲ ଭାବେ କଷନ୍ତୁ। କିଛି ସମୟ ପରେ ଛୋଟ ଛୋଟ ପିସ୍‌ କଟା ହୋଇ ରହିଥିବା ଲାଉକୁ ସେହି ଚିଙ୍ଗୁଡ଼ିରେ ପକାଇ ଗୋଳେଇ ଦେଇ ଢାଙ୍କୁଣି ଘୋଡ଼େଇ ଦିଅନ୍ତୁ।

Advertisment

ଲାଉରୁ ପାଣି ବାହାରି ମରିଯିବା ପରେ ସେଥିରେ ଗରମ ମସଲା ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଲାଉ ଘାଣ୍ଟ। ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।

Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe