Advertisment

ଘରେ ତିଆରି କରନ୍ତୁ ମକା ପରଟା

ମକା ପରଟାକୁ ଦହି, ସସ୍‌ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ।

Corn paratha

Corn paratha

Advertisment

ଆବଶ୍ୟକ ସାମଗ୍ରୀ: ଅଟା, ସିଝା ମକା, କଟା ପିଆଜ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମକାକୁ ଅଳ୍ପ ଲୁଣ ଦେଇ ସିଝାଇ ଦିଅନ୍ତୁ।  ଏହାପରେ ଏକ ପାତ୍ରରେ ଅଟା, ଲୁଣ, ସାମାନ୍ୟ ତେଲ ଓ ଆବଶ୍ୟକ ପରିମାଣର ପାଣି ଦେଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ।

ଚକଟି ସାରିବା ପରେ ଏହାକୁ ଗୋଳା କରି ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି  ସେଥରେ  କଟା ପିଆଜ ପକାନ୍ତୁ। ପିଆଜ ଲାଲ୍‌ ହୋଇଗଲେ ସେଥିରେ ଲଙ୍କା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ସିଝା ମକାକୁ ଭଲ ଭାବେ ଚକଟି ଏଥିରେ ପକାଇ କଷନ୍ତୁ।

Advertisment

ମସଲା କଷି ହୋଇଗଲା ପରେ ଅଟା ଗୋଳାକୁ ସାମାନ୍ୟ ଚେପଟା କରି ତା’ ମଧ୍ୟରେ ଏହି କଷା ହୋଇଥିବା ମସଲାକୁ ପୂର ଭଳି ଭର୍ତ୍ତି କରି ଚାରିପଟୁ ଚାପି ବନ୍ଦ କରିଦିଅନ୍ତୁ ।

ଏବେ ଏହାକୁ ପରଟା ବା ରୁଟି ପରି ବେଲି ଦିଅନ୍ତୁ। ଏବେ  ତାୱା ଗରମ କରି ସେଥିରେ ତେଲ ଦେବା ପରେ ପରଟାକୁ ସେକନ୍ତୁ। ଦୁଇ ପାଖ ପୂରା ଗୋଲ୍‌ଡେନ୍‌ କଲର୍‌ ହୋଇଗଲେ ପରଟା କାଢ଼ି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମକା ପରଟା’। ଏହାକୁ ଦହି, ସସ୍‌ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe