Advertisment

ଘରେ ତିଆରି କରନ୍ତୁ କଙ୍କଡ଼ାର ଏହି ସୁନ୍ଦର ରେସିପି

ଘରେ ତିଆରି କରନ୍ତୁ କଙ୍କଡ଼ା ବେସର।

ଅଦ୍ୟତନ ହୋଇଛି
Crab masala

Crab masala

Advertisment

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, ସାରୁ, ଅଦା ବଟା, ରସୁଣ ବଟା, କଟା ପିଆଜ, ଗରମ ମସଲା, ହଳଦୀ ଗୁଣ୍ଡ, , ଧନିଆ ପତ୍ର, ତେଜ ପତ୍ର,  ତେଲ ଓ ଲୁଣ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ସିଝାଇ ଦିଅନ୍ତୁ।ଏହା ସିଝି ଗଲା ପରେ ଏହାକୁ ଭଲ ଭାବରେ ବନାଇ ଦିଅନ୍ତୁ। ପରେ ସେଥିରେ ଲୁଣ, ହଳଦୀ ପକାଇ ଭାଜି ଦିଅନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜକୁ ସେଥିରେପକାଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। କିଛି ସମୟ ପରେ ସେଥିରେ, ଅଦା,ରସୁଣ ପେଷ୍ଟ ପକାଇ କିଛି ସମୟ ପର୍ଯ୍ୟନ୍ତ କଷନ୍ତୁ। ମସଲା ଟିକେ କଷି ହେବା ପରେ ସେଥିରେ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ କିଛି ସମୟ ପାଇଁ କଷନ୍ତୁ।

ମସଲା ପ୍ରସ୍ତୁତ ହୋଇଯିବା ପରେ ପୂର୍ବରୁ ରହିଥିବା ସିଝା ସାରୁ, ଭଜା କଙ୍କଡ଼ା ପକାନ୍ତୁ।ଏହା ସହ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଦେଇ କିଛି ସମୟ ପାଇଁ ଫୁଟି ବାକୁ ଛାଡ଼ି ଦିଅନ୍ତୁ। ପରେ ଧନିଆପତ୍ର ଓ ଗରମ ମସଲା ପକାଇ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଙ୍କଡ଼ା ବେସର। 

Advertisment
Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe