Advertisment

ଗରମ ଭାତ ସହ ଖାଆନ୍ତୁ ଦହି ମାଛ

ଗରମ ଗରମ ଭାତ ସହ ଏହାର ମଜା ନେଇପାରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Curd Fish

Curd Fish

ଆବଶ୍ୟକ ସାମଗ୍ରୀ:  ମାଛ, ଦହି, ଲୁଣ,  ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ, ଅଦାରସୁଣ , ଦହି, ଗରମ ମସଲାଗୁଣ୍ଡ, ସୋରିଷ, ଜିରା, ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ରଖନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ଅଦାରସୁଣ ପେଷ୍ଟ, ଦହି, ଗରମ ମସଲାଗୁଣ୍ଡ, ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ  ମସଲା ଗୋଳା ମାଛକୁ ନାଲି ହେବା ପର୍ଯ୍ୟନ୍ତ  ଭାଜନ୍ତୁ। 

ପୁଣି କରେଇରେ ତେଲ ଗରମ କରନ୍ତୁ।  ତେଲ ଗରମ ହେବା  ସେଥିରେ  ସୋରିଷ, ଜିରା, ଶୁଖିଲା ଲଙ୍କା ଓ ଭୃଷଙ୍ଗ ପତ୍ର ପକାଇ ଛୁଙ୍କ ପ୍ରସ୍ତୁତ କରନ୍ତୁ। ଛୁଙ୍କ ଅଳ୍ପ ଥଣ୍ଡା ହେବା ପରେ ଦହିରେ ଗୋଳାଇ ଦିଅନ୍ତୁ। ଏହାପରେ ଦହି ଛୁଙ୍କକୁ ଭଜା ମାଝ ଉପରେ ପକାଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ଦହି ମାଛ । ଗରମ ଗରମ ଭାତ ସହ ଏହାର ମଜା ନେଇପାରିବେ।

Advertisment
Orissa Food Curd Fish