ଖରାଦିନେ ପେଟ ଥଣ୍ଡା ରଖିବା ପାଇଁ ବେଲ ପଣା ଓ ଶାଗୁ ପଣା କରି ପିଇଥାନ୍ତି। ସାଧାରଣତଃ ଆମେ ବଜାରରୁ କିଣି ପାଇଥାନ୍ତି। ଜାଣିଛନ୍ତି, ଏହାକୁ ଆପଣ ଘରେ ତିଆରି କରି ପିଇପାରିବେ। ଆସନ୍ତ ଜାଣିବା ଘରେ କିପରି ତିଆରି ଦହି ଲସି।
ଆବଶ୍ୟକ ସାମଗ୍ରୀ: ଚିନି, ବରଫ, ମିଲ୍କ ମେଡ୍, ଦହି, ବନଭିଟା ପାଉଡର, ନଡ଼ିଆ କୋରା, ଚକଲେଟ୍ ସିରଫ, ପିସ୍ତା, କାଜୁ ଓ ଲିଚି
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ଚିନି ଓ ବରଫକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ସେଥିରେ ଦହି ଓ ଓ ମିଲ୍କ ମେଡ୍ ପକାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
ପରେ ତାକୁ ଏକ ଗ୍ଲାସରେ ଢାଳି ଦିଅନ୍ତୁ। ଲସିକୁ ସଜାଇବାକୁ ତା’ ଉପରେ ବନଭିଟା ପାଉଡର ପକାଇ ଦିଅନ୍ତୁ। ପରେ ସେଥିରେ ନଡ଼ିଆ କୋରା, ମିଲ୍କ ମେଡ୍, ଚକଲେଟ୍ ସିରଫ, ପିସ୍ତା, କାଜୁ, ଓ ଲିଚି ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଲସି।