Lassi
ଆବଶ୍ୟକ ସାମଗ୍ରୀ: ଚିନି, କ୍ଷୀର, ବରଫ, ମିଲ୍କ ମେଡ୍, ଦହି, ବନଭିଟା ପାଉଡର, ନଡ଼ିଆ କୋରା, ଚକଲେଟ୍ ସିରଫ, ପିସ୍ତା, କାଜୁ ଓ ଲିଚି
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସରେ କରେଇକୁ ବସାଇ ଅଳ୍ପ ଗରମ କରନ୍ତୁ। ଏହାପରେ ସେଥିରେ କ୍ଷୀର ପକାଇ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ। କ୍ଷୀରଟି ଫୁଟି ଫୁଟି ବହଳିଆ ହୋଇ ଆସିଲେ ସେଥିରେ କିଛି ଚିନି ପକାନ୍ତୁ।ଏହାକୁ ଭଲ ଭାବରେ ଗୋଳାନ୍ତୁ। ପରେ ଚିନି କ୍ଷୀର ସହ ମିଶିବା ପରେ ସେଥିରେ ଗୁଜରାତି ଗୁଣ୍ଡ ପକାଇ ଦିଅନ୍ତୁ। ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ ।
ପରେ ଘୋଳ ଦହି ଚିନି ଓ ବରଫକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ତାକୁ ଏକ ପାତ୍ରକୁ ଢାଳି ଦିଅନ୍ତୁ। ପରେ ଏକ ଗ୍ଲାସ ଆଣନ୍ତୁ। ତିଆରି କରିଥିବା ରାବଡ଼ିକୁ ଅଳ୍ପ ଗ୍ଲାସ ରଖ଼ନ୍ତୁ। ଏହାପରେ ଗ୍ରାଇଣ୍ଡିଂ କରିଥିବା ଦହିକୁ କ୍ଲାସରେ ଢାଳନ୍ତୁ। ପରେ ତା’ ଉପରେ ରାବିଡ଼ିକୁ ପକାଇ ଦିଅନ୍ତୁ। ଲସିକୁ ସଜାଇବାକୁ ତା’ ଉପରେ ବନଭିଟା ପାଉଡର ପକାଇ ଦିଅନ୍ତୁ। ପରେ ସେଥିରେ ନଡ଼ିଆ କୋରା, ମିଲ୍କ ମେଡ୍, ଚକଲେଟ୍ ସିରଫ, ପିସ୍ତା, କାଜୁ, ଓ ଲିଚି ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରାବିଡି ଲସି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Lassi_1714448875.jpg)