Advertisment

ଦହି ପଖାଳ

ଖରା ଦିନରେ ଦହି ପଖାଳ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି। ଦହି ପଖାଳ ସାଙ୍ଗରେ ଯେକୌଣସି ଭଜା ଲଗାଇ ଖାଇପାରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Dahi Pakhala

Dahi Pakhala

ଅରୁଆ ହେଉ ବା ଉଷୁନା ଚାଉଳ, ଏହାକୁ ପ୍ରଥମେ ରୋଷେଇ କରି ଭାତକୁ ଏକ ପାତ୍ରରେ ଥଣ୍ଡା କରି ଦିଅନ୍ତୁ। ଭାତ ଥଣ୍ଡା ହେବା ପରେ ସେଥିରେ ଅଳ୍ପ ପାଣି ମିଶାନ୍ତୁ। ଏହା ଉପରେ କିଛି ଖଟା ଦହି, ଆମ୍ବ କଷି ଅଦା ଛେଚା ଓ ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ।

Advertisment

ଦହି ପଖାଳରେ ଛୁଙ୍କ ଦେବା ପାଇଁ ପ୍ରଥମେ ପ୍ୟାନ୍‌କୁ ଗ୍ୟାସରେ ଗରମ କରନ୍ତୁ। ଏହା ଗରମ ହେବା ପରେ ସେଥିରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଅଳ୍ପ ଜିରା,ଅଳ୍ପ ପାନ ମଧୁରୀ ଓ ସୋରିଷ ପକାଇ ଭାଜନ୍ତୁ। ପରେ ସେଥିରେ ଗୋଟା ଶୁଖିଲା ଲଙ୍କା ଓ କିଛି କଟା କଞ୍ଚା ଲଙ୍କା ପକାଇ ଦିଅନ୍ତୁ। ପରେ ସେଥିରେ ଅଳ୍ପ ଭୃସୁଙ୍ଗା ପତ୍ର ପକାଇ ଭାଜନ୍ତୁ। ଏହା ଭାଜି ହେବା ପରେ ଏହି ଛୁଙ୍କକୁ ଦହି ପଖାଳ ଉପରେ ପକାଇ ଦିଅନ୍ତୁ। ପରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ପଖାଳ। ଏହାକୁ ଆପଣ ଯେ କୌଣସି ଭଜା ସହ ଖାଇ ପାରିବେ। ଦହି ପଖାଳକୁ ଆପଣ କଟା ପିଆଜ ଓ କଟା ଲେମ୍ବୁ ଦେଇ ସଜେଇ ପାରିବେ।

Orissa Food Dahi Pakhala