Advertisment

ଦହି ପନିର

ଦହି ପନିର ରେସିପିଟିକୁ ଫ୍ରାଏଡ୍ ରାଇସ୍ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ

Dahi paneer

Dahi paneer

Advertisment

ଆବଶ୍ୟକ ସାମଗ୍ରୀ:  ପନିର, ଦହି, ଲୁଣ, ହଳଦି, ଲଙ୍କାଗୁଣ୍ଡ, ତେଲ, କସ୍ତୁରୀ ମେଥି, କାଜୁ, ଧନିଆ ପାଉଡର, କଞ୍ଚାଲଙ୍କା, କ୍ରିମ, ପୁଦିନା ପତ୍ର ଓ ଧନିଆ ପତ୍ର ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନିରକୁ କ୍ୟୁବ୍‌ ସାଇଜ୍‌ରେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଏକ ପାତ୍ରରେ ରିଫାଇନ୍‌ ତେଲ, ଲୁଣ, ହଳଦି, ଲଙ୍କା ଗୁଣ୍ଡ ଓ କସ୍ତୁରୀ ମେଥିକୁ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ସେଥିରେ ପନିରକୁ ଭଲ ଭାବେ ଗୋଳାଇ ମ୍ୟାରିନେଟ୍‌ କରି ଦିଅନ୍ତୁ।

ଏହାପରେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ପନିରକୁ ହାଲକା ଫ୍ରାଏ କରି ଦିଅନ୍ତୁ।  ସେହି ପ୍ୟାନ୍‌ରେ ଅଳ୍ପ ତେଲ  ଗରମ କରନ୍ତୁ। ସେଥିରେ ଶୁଖିଲା ଲଙ୍କା, କଟା ଅଦା ଓ ଗୁଜରାତିକୁ ପକାଇ ଦିଅନ୍ତୁ।  ସେଥିରେ ଅଳ୍ପ ପାଣି ପକାଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଦହି ନେଇ ସେଥିରେ ହଳଦି, ଲଙ୍କା ଗୁଣ୍ଡ, ଧନିଆ ପାଉଡର ଓ ସିଝା କାଜୁ ପେଷ୍ଟକୁ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ତେଲ ଗରମ ଥିବା ପ୍ୟାନରେ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ମସଲା ଭଲ ଭାବେ କଷି ହେବା ପରେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଓ ଲୁଣ ପକାଇ ଦିଅନ୍ତୁ। ପରେ ସେଥିରେ କଞ୍ଚାଲଙ୍କା ପକାନ୍ତୁ। ଏହାପରେ ପନିର ପକାଇ ଅଳ୍ପ ସମୟ ପାଇଁ ଫୁଟାଇ ବନ୍ଦ କରି ଦିଅନ୍ତୁ।

Advertisment

ଏହାପରେ କିଛି କ୍ରିମ, କଟା ପୁଦିନା ଓ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘।’ । ଏହି ରେସିପିଟିକୁ ଫ୍ରାଏଡ୍ ରାଇସ୍ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Lifestyle Odisha Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe