Advertisment

ପଖାଳ ସହ ଖାଆନ୍ତୁ ଶୁଖୁଆ ସୋରିଷ ବେସର

ଖରାଦିନ ଚାଲିଥିବାରୁ ପଖାଳ ସହ ଶୁଖୁଆ ଖାଇବାର ମଜା ନିଆରା

ଅଦ୍ୟତନ ହୋଇଛି
Dry fish curry

Dry fish curry

Advertisment

ଶୁଖୁଆ ତରକାରୀର ବାସ୍ନାରେ ଭାତ ଖାଇହୁଏ ବୋଲି ସାଧାରଣତଃ କୁହାଯାଇଥାଏ।  ମାଛ,ଚିକେନ, ମଟନ ଅପେକ୍ଷା ଶୁଖୁଆ ଲଗାଇ ଅଧିକ ଭାତ ଖାଇହୁଏ। ଏବେ ଖରାଦିନ ଚାଲିଥିବାରୁ ପଖାଳ ସହ ଶୁଖୁଆ ଖାଇବାର ମଜା ନିଆରା। ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବା ଶୁଖୁଆ ସୋରିଷ ବେସର।

Advertisment

ଆବଶ୍ୟକୀୟ ସାମଗ୍ରୀ : କଟା ପିଆଜ, ରସୁଣ ବଟା, ସୋରିଷ ବଟା, ବଟା କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଧଣିଆ, କଟା ଟମାଟୋ, ଲୁଣ, ହଳଦୀ ଗୁଣ୍ଡ,ସୋରିଷ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇରେ ତେଲ ଗରମ କରି ଶୁଖୁଆକୁ ଭାଜି ଏକ ପାତ୍ରରେ ରଖନ୍ତୁ। ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପିଆଜ ପକାଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ ଲାଲ ହୋଇଯିବା ପରେ ସେଥିରେ ରସୁଣ, ସୋରିଷ ବଟା, ଲଙ୍କା ଗୁଣ୍ଡ, ବଟା କଞ୍ଚାଲଙ୍କା, କଟା ଟମାଟୋ ଓ ହଳଦୀ ଗୁଣ୍ଡ ପକାଇ କିଛି ସମୟ କଷନ୍ତୁ। ହେଲେ ମନେ ରଖନ୍ତୁ ବେଶୀ ସମୟ କଷିବେ ନାହିଁ। କାରଣ ବେଶୀ ସମୟ କଷିଲେ ସୋରିଷ ପଡ଼ିଥିବାରୁ ମସଲା ପିତା ହୋଇ ଯିବ। ମସଲା ଅଳ୍ପ କର୍ଷି ହୋଇଗଲା ପରେ ସେଥିରେ ଅଳ୍ପ ପାଣି ଦେଇ ଦିଅନ୍ତୁ। ପାଣି ଫୁଟିଲେ ସେଥିରେ ଭାଜି ରଖିଥିବା ଶୁଖୁଆକୁ ପକାଇ ଦିଅନ୍ତୁ। କିଛି ସମୟ ପରେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶୁଖୁଆ ସୋରିଷ ବେସର। ଯଦି ଆପଣ ଲୁଣି ଶୁଖୁଆ ବେସର କରୁଛନ୍ତି ତାହାହେଲେ ତରକାରୀରେ ଲୁଣ ପକାଇବେ ନାହିଁ।

Advertisment
Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe