Advertisment

ଗରମାଗରମ ରୁଟି ସହ ନିଅନ୍ତୁ ଚଟପଟା ଅଣ୍ଡା ମସଲାର ମଜା

ଚଟପଟା ଅଣ୍ଡା ମସଲାକୁ ଆପଣ ଭାତ ରୁଟି ସହ ଖାଇପାରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
 Egg Masala

Easy Egg Masala

ଆବଶ୍ୟକ ସାମଗ୍ରୀ:  ଅଣ୍ଡା,କଟା ପିଆଜ, ଜିରା, ଅଦାରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଟମାଟୋ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲୁଣ, ତେଲ, ଧନିଆ ପତ୍ର ଓ ଗରମ ମସଲା

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ସେଥିରେ ଗୋଟା ଜିରା ପକାନ୍ତୁ। ଜିରା ଟିକେ ଭାଜି ହୋଇଯିବା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ଏହା ଭାଜି ହୋଇଯିବା ପରେ ଅଦାରସୁଣ ପେଷ୍ଟ ପକାଇ କିଛି ସମୟ କଷନ୍ତୁ। ଏହା କଷି ହେବା ପରେ ସେଥିରେ କଟା ଟମାଟୋ, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ,  ଲଙ୍କା ପାଉଡର ଓ ଲୁଣ ପକାଇ କିଛି ସମୟ ପାଇଁ କଷନ୍ତୁ। ମସଲା କଷି ହେବା ପରେ ସେଥିରେ ଅଳ୍ପ ପାଣି ଦେଇ ଢାଙ୍କି ଦିଅନ୍ତୁ।

ପରେ ସେଥିରେ କଚା ଅଣ୍ଡାକୁ ଭାଙ୍ଗି ପକାଇ ଦିଅନ୍ତୁ। ପରେ ତା’ ଉପରେ ଗୋଲମରିଚ ପାଉଡର ଓ ଧନିଆ ପତ୍ର ପକାଇ ଢାଙ୍କି ଦିଅନ୍ତୁ। କିଛି ସମୟ ପରେ ଅଣ୍ଡା ମସଲାକୁ ଓଲଟାଇ ଦିଅନ୍ତୁ। ପରେ ତା’ ଉପରେ ଗରମ ମସଲା ପକାଇ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟା ଅଣ୍ଡା ମସଲା। ଏହାକୁ ଆପଣ ଭାତ ରୁଟି ସହ ଖାଇପାରିବେ।

Advertisment
Orissa Food Egg Masala