ଅଧିକାଂଶ ଲୋକଙ୍କୁ ମାଛ ଖାଇବା ବେଶ୍ ଭଲ ଲାଗେ। ମାଛକୁ ବିଭିନ୍ନ ପ୍ରକାରର ରୋଷେଇ କରି ସମସ୍ତେ ଖାଆନ୍ତି। କିଏ ମାଛକୁ ତେଲରେ ଡିପ୍ ଫ୍ରାଏ କରି ଖାଏ ତ ଆଉ କିଏ ତରକାରୀ କରି। କେବେ ଭାକୁର ମାଛ ପୋସ୍ତ ବନାଇ ଖାଇଛନ୍ତି? ଆସନ୍ତୁ ଜାଣିବା କିପରି ତିଆରି କରିବା ଭାକୁର ମାଛ ପୋସ୍ତ।
ଆବଶ୍ୟକ ସାମଗ୍ରୀ: ଭାକୁର ମାଛ, ଏକ ଚାମଟ ହଳଦୀ ଗୁଣ୍ଡ, ୩ରୁ ୪ଟି କଞ୍ଚା ଲଙ୍କା, ଏକ କପ୍ ପୋସ୍ତ ବଟା, ୩ରୁ ୪ଟି କଟା ପିଆଜ ତେଲ ଏକ କପ୍, ଲୁଣ ସ୍ୱାଦ ଅନୁସାରେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ରୋହି ମାଛରେ ଲୁଣ ଓ ହଳଦୀ ଗୁଣ୍ଡ ଗୋଳାଇ ଗରମ ତେଲରେ ଅଳ୍ପ ଛାଣି ରଖନ୍ତୁ। ଏହାପରେ ପ୍ୟାନ୍ରେ ତେଲ ଗରମ କରି ସଥିରେ ଜିରା, କଟା ପିଆଜ, କଞ୍ଚା ଲଙ୍କା ଓ ଗୋଟା ରସୁଣ ପାଖୁଡା ପକାଇ ଭାଜନ୍ତୁ। ଏ ସବୁ ଭାଜି ହେବା ପରେ ଛଣା ମାଛକୁ ସେଥିରେ ପକାଇ ତା'ପରେ କଟା ଟମାଟ ଓ ଲୁଣ ପକାଇ ଭାଜନ୍ତୁ। ପରେ ଏଥିରେ ପୋସ୍ତ ବଟାକୁ ପକାଇ କିଛି ସମୟ କଷନ୍ତୁ। ଏହାପରେ ସେଥିରେ ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ଦେଇ ଘୋଡାଇ ଦିଅନ୍ତୁ। ଦୁଇରୁ ତିନି ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଭାକୁର ମାଛ ପୋସ୍ତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।