Advertisment

ପଖାଳ ସହ ଖାଆନ୍ତୁ ସୋରିଷ ମାଛ ଫ୍ରାଏ

ଆଜି ପଖାଳ ଦିବସରେ ସୋରିଷ ମାଛ ଫ୍ରାଏକୁ ପଖାଳ ସହ ଖାଆନ୍ତୁ।

author-image
Tapaswini Nayak
Fish fry

Fish fry

ଆବଶ୍ୟକ ସାମଗ୍ରୀ:  ମାଛ, ସୋରିଷ, ରସୁଣ, କଞ୍ଚା ଲଙ୍କା, ଜିରା,ଗୋଟା ଧନିଆ, ଦହି, ଲୁଣ, ହଳଦିଗୁଣ୍ଡ, ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବଡ଼ ମାଛ କିଣି ଆଣନ୍ତୁ। ପରେ ତାକୁ ଭଲ ଭାବରେ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ସୋରିଷ ମାଛ ଫ୍ରାଏ ପାଇଁ ମସଲା ପ୍ରସ୍ତୁତ କରନ୍ତୁ। ସୋରିଷ, ରସୁଣ, କଞ୍ଚା ଲଙ୍କା, ଜିରା,ଗୋଟା ଧନିଆ ଏକାଠି ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ସେଥିରେ ବଟା ମସଲାରେ ଅଳ୍ପ ଦହି ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, ହଳଦିଗୁଣ୍ଡ ପକାଇ ଭଲ ଭାବରେ ଗୋଳାନ୍ତୁ। ପରେ ଧୋଇ ରଖିଥିବା ମାଛକୁ ମସଲାରେ ପକାଇ ଅଧଘଣ୍ଟା ପାଇଁ ଢାଙ୍କି ରଖନ୍ତୁ ।

ପରେ ଗ୍ୟାସରେ କରେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ସେଥିରେ ମସଲା ଗୋଳା ମାଛକୁ ପକାଇ ଧିମା ଆଞ୍ଚରେ ଭାଜନ୍ତୁ। ମାଛର ଦୁଇ ପାଖ ଲାଲ ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଆଜି ପଖାଳ ଦିବସରେ ସୋରିଷ ମାଛ ଫ୍ରାଏକୁ ପଖାଳ ସହ ଖାଆନ୍ତୁ।

Advertisment
Orissa Food