Advertisment

ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ପଣସ ପେଚି

ଏକ ପ୍ୟାନ୍‌ରେ ତେଲ ପକାଇ ଗରମ କରନ୍ତୁ। ପଣସ ଚକଟାକୁ ହାତରେ ଛୋଟ ଛୋଟ ଗୋଲ କରି ତାହାକୁ ପ୍ୟାନ୍‌ ଉପରେ ପକାନ୍ତୁ। ଗ୍ୟାସ୍‌କୁ ସିମ୍‌ ରଖନ୍ତୁ।

Jackfruit Pechi

Jackfruit Pechi

Advertisment

ଆବଶ୍ୟକ ସାମଗ୍ରୀ: ପଣସ, ହଳଦି, ଲୁଣ, ଲଙ୍କା ଗୁଣ୍ଡ, ଆମଚୁର ପାଉଡର, କନ୍ଦମୂଳ ଗୁଣ୍ଡ, କାଜୁ, ଟମାଟୋ, କଞ୍ଚାଲଙ୍କା, ଅଦା, ରସୁଣ, ଗରମ ମସଲା

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପଣସକୁ ସିଝାଇ ଦିଅନ୍ତୁ। ପରେ ଏଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା, ଆମଚୁର ପାଉଡର, କନ୍ଦମୂଳ ଗୁଣ୍ଡ, ଅଦା, ରସୁଣ, କଞ୍ଚାଲଙ୍କା ବଟା, ଟମାଟୋ ଓ କାଜୁ ବଟା ପକାନ୍ତୁ। ସେଥିରେ କିଛି ତେଲ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।

 ଏକ ପ୍ୟାନ୍‌ରେ ତେଲ ପକାଇ ଗରମ କରନ୍ତୁ। ପଣସ ଚକଟାକୁ ହାତରେ ଛୋଟ ଛୋଟ ଗୋଲ କରି ତାହାକୁ ଛାଣନ୍ତୁ। ଉଭୟ ସାଇଡ ଗୋଲଡେନ୍‌ କଲର ହେବା ପରେ ଏହାକୁ ବାହାର କରି ଦିଅନ୍ତୁ।

Advertisment

ଏବେ ଗରମାଗରମ ପରଷନ୍ତୁ ପଣସ ପେଚି। ଗରମାଗରମ ଚା’ କିମ୍ବା କଫି ସହ ସ୍ନାକ୍ସ ଭାବେ ଏହାର ମଜା ନେଇ ପାରିବେ। 

Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe