Advertisment

ଘରେ ତିଆରି କରନ୍ତୁ ଜିଲାପି

ଜିଲାପିକୁ ପର୍ବପର୍ବାଣୀ କରି ଭଗବାନଙ୍କ ପାଖରେ ଭୋଗ ଲଗାଇପାରିବେ।

author-image
Tapaswini Nayak
jalebi

jalebi

ଆବଶ୍ୟକ ସାମଗ୍ରୀ: ମଇଦା, ଚିନି, ଗୁଜୁରାତି ଗୁଣ୍ଡ, କେଶର, ଖାଇବା କଲର, ଘିଅ, ଖାଇବା ସୋଢ଼ା

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ। ସେଥିରେ ଘିଅ ପକାଇ କିଛି ସମୟ ଗୋଳାନ୍ତୁ। ପରେ ସେଥିରେ ପାଣି ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ, ଯେପରି ମଇଦା ଭଲ ଭାବରେ ପାଣିସହ ମିଶିଯିବ। ଏହା ବହଳିଆ ରହିବ। ତା’ପରେ ଏହି ମିଶ୍ରଣକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ।

ପରେ କରେଇରେ ପାଣି ଗରମ କରନ୍ତୁ। ପାଣି ଗରମ ହେବାପରେ ସେଥିରେ ଚିନି ପକାନ୍ତୁ। ପରେ ସେଥିରେ ଗୁଜୁରାତି ଗୁଣ୍ଡ, କେଶର ଓ କଲ୍‌ର ପକାଇ ଗୋଳାଇ ଦିଅନ୍ତୁ। ଶିରାଟି ହାତକୁ ଅଠାଳିଆ ଲାଗିଲେ ଗ୍ୟାସ ଚୁଲାକୁ ବନ୍ଦ କରି ଦିଅନ୍ତୁ। କିଛି ସମୟ ଏହାକୁ ଥଣ୍ଡା ପାଇଁ କରିବାକୁ ଛାଡ଼ି ଦିଅନ୍ତୁ।

Advertisment

ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୂର୍ବରୁ ରଖିଥିବା ମଇଦା ମିଶ୍ରଣକୁ ଏକ କୋନ୍‌ରେ ଜିଲାପି ଆକାରରେ ସେଥିରେ ପକାନ୍ତୁ। ଜିଲାପି ଅଳ୍ପ ଲାଲ ହୋଇଯିବା ପରେ ତାକୁ କାଢ଼ି ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶିରାରେ ପକାଇ କିଛି ସମୟ ରଖନ୍ତୁ। ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଜିଲାପି। ଏହାକୁ ପର୍ବପର୍ବାଣୀ କରି ଭଗବାନଙ୍କ ପାଖରେ ଭୋଗ ଲଗାଇପାରିବେ। 

Orissa Food