Advertisment

ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଜହ୍ନି ଚିଙ୍ଗୁଡ଼ି ବେସର

ଜହ୍ନି ଚିଙ୍ଗୁଡ଼ିକୁ ଭାତ ଓ ରୁଟି ସହିତ ଖାଇଲେ ଭଲ ଲାଗେ।

Janhi Chingudi

Janhi Chingudi

Advertisment

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ଜହ୍ନି, ଟମାଟୋ, ପିଆଜ, ଅଦା ପେଷ୍ଟ୍‌, ରସୁଣ ପେଷ୍ଟ୍‌, ଗୋଟା ଜିରା, ସୋରିଷ,ଶୁଖିଲା ଲଙ୍କା,ଜିରା ପାଉଡର, ଧନିଆ ପାଉଡର, ହଳଦୀ, ଲଙ୍କା ଗୁଣ୍ଡ, ଲୁଣ, ସୋରିଷ ତେଲ, ଗରମ ମସଲା,ଧନିଆ ପତ୍ର

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ସେଥିରେ ଲୁଣ ଓ ହଳଦୀ ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ଜହ୍ନିର ଚୋପା ଛଡ଼ାଇ ଏହାକୁ କାଟି ଭଲ ଭାବେ ଧୋଇ ଦିଅନ୍ତୁ।

ପରେ ଗ୍ୟାସ୍‌ରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଚିଙ୍ଗୁଡ଼ିକୁ ପକାଇ  ଭାଜନ୍ତୁ। ଚିଙ୍ଗୁଡ଼ି ଭାଜି ହୋଇଗଲା ପରେ ଏହାକୁ କଡ଼େଇରୁ କାଢ଼ି ଆଣନ୍ତୁ। ତା’ପରେ କଡ଼େଇରେ ତେଲ ପକାନ୍ତୁ ଓ ଏହା ଗରମ ହେବା ପରେ ଗୋଟା ଜିରା, ସୋରିଷ ଓ ଶୁଖିଲା ଲଙ୍କା ପକାନ୍ତୁ। ପରେ କଟା ପିଆଜ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ।  ପିଆଜ ଭାଜି ହୋଇଗଲା ପରେ ସେଥିରେ ଅଦା ପେଷ୍ଟ୍, ରସୁଣ ପେଷ୍ଟ୍, ପିଆଜ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡା ଓ ଲୁଣ ପକାଇ ମସଲାକୁ ଭଲ ଭାବେ କଷନ୍ତୁ। ମଝିରେ ମଝିରେ ଆବଶ୍ୟକତା ଅନୁଯାୟୀ ପାଣି ଦିଅନ୍ତୁ।

Advertisment

ମସଲା କଷି ହୋଇଗଲେ ସେଥିରେ କଟା ଟମାଟୋ, ଜିରାଗୁଣ୍ଡା ଏବଂ ଧନିଆ ଗୁଣ୍ଡା ପକାଇ ପୁଣି ୫ ମିନିଟ୍ ଯାଏ ଅଳ୍ପ ଆଞ୍ଚରେ କଷନ୍ତୁ। ମସଲା ଭଲ ଭାବେ କଷି ହୋଇଯିବା ପରେ ଏଥିରେ ଜହ୍ନି ପକାଇ ୨ ଚାମଚ ଗରମ ମସଲା ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଦେଇ ଏକ ଢାଙ୍କୁଣୀ ଦେଇ ଘୋଡ଼ାଇ ଦିଅନ୍ତୁ।

ପ୍ରାୟ ୫ ମିନିଟ୍ ପରେ ଢାଙ୍କୁଣୀ କାଢ଼ି ଏଥିରେ ପୂର୍ବରୁ ଭଜା ହୋଇଥିବା ଚିଙ୍ଗୁଡ଼ି ପକାଇ ଗୋଟେ କପ୍‌ ଉଷୁମ ପାଣି ଦିଅନ୍ତୁ। ଏଥିରେ କଟା ଧନିଆ ପତ୍ର ଏବଂ ଗରମ ମସଲା ପକାଇ ୧୦ ମିନିଟ୍‌ କମ୍‌ ଆଞ୍ଚରେ ଘୋଡ଼ାଇ ରଖନ୍ତୁ। ୧୦ ମିନିଟ୍ ପରେ କଡ଼େଇକୁ ଗ୍ୟାସ୍‌ରୁ ଓହ୍ଲାଇ ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଜହ୍ନି-ଚିଙ୍ଗୁଡ଼ି ବେସର। ଏହା ଉପରେ ଆପଣ ପୁଣି ଥର ଧନିଆ ପତ୍ର ପକାଇ ପାରିବେ ଓ ଗରମ ଗରମ ପରଷି ପାରିବେ। ଏହାକୁ ଆପଣ ଭାତ ଓ ରୁଟି ସହିତ ଖାଇଲେ ଭଲ ଲାଗେ।

Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe