Advertisment

ଘରେ ବନାନ୍ତୁ ଆମ୍ବର ଏହି ସୁଆଦିଆ ରେସିପି

ଏହି ରେସିପିଟିକୁ ଆପଣ ପର୍ବପର୍ବାଣିରେ ତିଆରି କରି ଖାଇ ପାରିବେ।

author-image
Tapaswini Nayak
Kakara Pitha

Kakara Pitha

ଆବଶ୍ୟକ ସାମଗ୍ରୀ: ଆମ୍ବ, ସୁଜି, ପାନମଧୁରୀ, ଲୁଣ, ଗୁଡ, ଗୁଆ ଘିଅ, ନଡ଼ିଆ ଓ ରିଫାଇନ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଚିଲା ଆମ୍ବର ରସ ବାହାର କରି ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଗ୍ୟାସରେ କଡ଼େଇ ବସାଇ ପାଣି ଦିଅନ୍ତୁ।ଏହାପରେ ପାଣି ଫୁଟିଲେ ସେଥିରେ ପାନମଧୁରୀ, ଲୁଣ, ଗୁଡ଼, ଗୁଆ ଘିଅ ଓ ନଡ଼ିଆ କୋରା ପକାନ୍ତୁ। ଏହା ଭଲ ଭାବେ ଫୁଟି ଗଲେ ଗ୍ୟାସକୁ ସିମ୍‌ କରି ସେଥିରେ ଆମ୍ବ ପ୍ୟୁରୀ ପକାନ୍ତୁ। କିଛି ସମୟ ଫୁଟିବା ପରେ ଗ୍ୟାସକୁ ସିମ୍‌ କରି ସେଥିରେ ସୁଜି ପକାଇ ଲଗାତାର ଘାଣ୍ଟନ୍ତୁ।

ଜନ୍ତଣି ପ୍ରସ୍ତୁତ ହୋଇଗଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏହା ଥଣ୍ଡା ହେବା ପରେ କାକରା ଗଢ଼ିବା ଆରମ୍ଭ କରି ଦିଅନ୍ତୁ। ପରେ ଅନ୍ୟ ଏକ କଡ଼େଇ ତେଲ ଗରମ କରି ପୂର୍ବରୁ ପ୍ରସ୍ତୁତ କାକରାକୁ ଛାଣି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆମ୍ବ କାକରା। ଏହି ରେସିପିଟିକୁ ଆପଣ ପର୍ବପର୍ବାଣିରେ ତିଆରି କରି ଖାଇ ପାରିବେ

Advertisment
Odia Food Recipe