Advertisment

ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ କେଶର ପିସ୍ତା ଲସି

ଘରେ ତିଆରି କରନ୍ତୁ କେଶର ପିସ୍ତା ଲସି।

ଅଦ୍ୟତନ ହୋଇଛି
kesar pista lucy

kesar pista lucy

Advertisment

ଶୀତର ପ୍ରକୋପ କମିବା ସହ ଖରାଦିନ ଆରମ୍ଭ ହୋଇଗଲାଣି। ବିଶେଷ କରି ଖରାଦିନରେ ସମସ୍ତେ ଥଣ୍ଡା ପାନୀୟ, ଜୁସ୍ ଓ ଲସି ପିଇବା ପାଇଁ  ପସନ୍ଦ କରନ୍ତି। ସାଧାରଣତଃ ଆମେ ଏହି ସବୁ ଜିନିଷ କିଣି ପିଇଥାନ୍ତି। ହେଲେ ଜାଣିଛନ୍ତି କି ଏହି ଜିନିଷ ଗୁଡ଼ିକ ଆମେ ଘରେ ସହଜ ଉପାୟରେ ପ୍ରସ୍ତୁତ କରି ପାରିବା। ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବା କେଶର ପିସ୍ତା ଲସି।

Advertisment

ଆବଶ୍ୟକ ସାମଗ୍ରୀ:  ଦହି, ପାଣି, ଚିନି, କେଶର, ପିସ୍ତା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଦହି ନିଅନ୍ତୁ। ତାକୁ ଭଲ ଭାବରେ ଭେଣ୍ଟନ୍ତୁ। ପରେ ସେଥିରେ ଅଳ୍ପ ପାଣି ଓ ଚିନି ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଅଳ୍ପ କ୍ଷୀର ଗରମ କରନ୍ତୁ। କ୍ଷୀର ଗରମ ହେବା ପରେ ସେଥିରେ ଅଳ୍ପ କେଶର ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ପିସ୍ତା ପକାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ।

ପରେ ଏକ ଗ୍ଲାସରେ ଦହିକୁ ଆଣି ସେଥିରେ ଗ୍ରାଇଣ୍ଡିଂ କରିଥିବା ପିସ୍ତା ଓ କେଶର ମିଶ୍ରଣକୁ ପକାଇ ଦିଅନ୍ତୁ। ପରେ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କେଶର ପିସ୍ତା ଲସି।

Advertisment
Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe