Advertisment

ଘରେ ତିଆରି କରନ୍ତୁ ଲସି

ଖରାଦିନରେ ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଲସି।

lassi

lassi

Advertisment

ଆବଶ୍ୟକ ସାମଗ୍ରୀ:  ସିମେଇ, ଦହି, ବରଫ, ଚିନି, କଟା ଫଳ, ରୋଜ୍‌ ଏସେନ୍ସ, ଡ୍ରାଏ ଫ୍ରୁଟସ୍‌( କିସ୍‌ମିସ୍‌, କାଜୁ ଏବଂ ବାଦାମ) ଏବଂ ଆଇସ୍‌କ୍ରୀମ୍‌।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍‌ରେ ପ୍ୟାନ୍‌ ବସାଇ ସେଥିରେ ପାଣି ଗରମ କରନ୍ତୁ। ଏହା ପରେ ସେଥିରେ କଞ୍ଚା ସିମେଇ ପକାଇ ସିଝାନ୍ତୁ। କିଛି ସମୟ ଫୁଟିଲା ପରେ ସିମେଇ ସିଝିଯିବ। ଏହାପରେ ପାଣିରୁ ଛାଣି ସିମେଇକୁ ଏକ ପାତ୍ରରେ ରଖନ୍ତୁ। ଏହାକୁ ଥଣ୍ଡା ପାଣିରେ କିଛି ସମୟ ଭିଜାଇ ରଖନ୍ତୁ। ଏହି ପରି କଲେ ସିମେଇ ଲାଗିବ ନାହିଁ।

ଏହା ପରେ ବସା ଦହି ନେଇ ସେଥିରେ ଆବଶ୍ୟକ ଅନୁସାରେ ଚିନି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ରୋଜ୍‌ ଏସେନ୍ସ ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ।

Advertisment

ପରେ ଦୁଇଟି କାଚ ଗ୍ଲାସ୍‌ ନେଇ ସେଥିରେ ସିଝାଇ ରଖିଥିବା ସିମେଇ ପକାନ୍ତୁ। ପରେ ସେଥିରେ ଦହି ପକାନ୍ତୁ। ଅଧା ଦହି ପକାଇ ସେଥିରେ କଟା ହୋଇଥିବା ଫଳ ଗୁଡ଼ିକୁ ପକାଇ ବରଫ ପକାନ୍ତୁ। ଏହା ପରେ ପୁଣି ଦହି ପକାଇ ଗ୍ଲାସ୍‌ ଫୁଲ୍‌ କରି ଦିଅନ୍ତୁ। ଏପରି କଲା ପରେ ସେଥିରେ ନିଜ ପସନ୍ଦ ଅନୁସାରେ ଆଇସ୍‌କ୍ରୀମ୍‌ ପକାନ୍ତୁ। ଏହା ପରେ ସେଥିରେ ଡ୍ରାଏ ଫ୍ରୁଟସ୍‌କୁ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଲସି।

Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe