Advertisment

ଆଜି ମକର ସଂକ୍ରାନ୍ତି, ଘରେ ପ୍ରସ୍ତୁତ କରନ୍ତୁ ମକର ଚାଉଳ

ଇଷ୍ଟଦେବୀଙ୍କଠାରେ ଲାଗି ହେବା ପରେ ଘରେ ଘରେ ଲୋକେ ମକର ଚାଉଳ ଖାଇଥାନ୍ତି ।

Makar Chaula

Makar Chaula

Advertisment

ଆଜି ପବିତ୍ର ମକର ସଂକ୍ରାନ୍ତି । ଇଷ୍ଟଦେବୀଙ୍କଠାରେ ଲାଗି ହେବା ପରେ ଘରେ ଘରେ ଲୋକେ ମକର ଚାଉଳ ଖାଇଥାନ୍ତି। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

Advertisment

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, କୋରା ନଡ଼ିଆ, ଚିନି , ଛୋଟ ଛୋଟ ଆଖୁ ଖଣ୍ଡ, ସେଓ, ଡାଳିମ୍ବ, ଅଙ୍ଗୁର, ପାଚିଲା କଦଳୀ, ଚିନି, ଗୋଲ ମରିଚ ଗୁଣ୍ଡ, ଛେନା, ସରୁ ସରୁ କଟା ହୋଇଥିବା ଅଦା, କାଜୁ, କିସମିସ୍‌, ପିସ୍ତା ବାଦାମ, ଆଲମଣ୍ଡ, ଚେରି।

ପ୍ରସ୍ତୁତି ପ୍ରଣାଳୀ: ମକର ଚାଉଳ ପ୍ରସ୍ତୁତ କରିବା ପୂର୍ବ ରାତିରେ ଅରୁଆ ଚାଉଳକୁ ବତୁରାଇ ଦିଅନ୍ତୁ। ପରଦିନ ସକାଳେ ତାହାକୁ ଅଳ୍ପ ପାଣିରେ ଖଦଡ଼ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାକୁ ଏକ ପାତ୍ରରେ ବାହାର କରି ଦିଅନ୍ତୁ।

Advertisment

ଏବେ ସେଥିରେ ଅବଶିଷ୍ଟ ସବୁ ସାମଗ୍ରୀ ପକାଇ ଭଲ ଭାବେ ଚାମଚରେ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ମକର ଚାଉଳ । ଏହା ଖାଇବାକୁ ସୁଆଦିଆ ହେବା ସହ ଶରୀର ପାଇଁ ବି ଖୁବ୍‌ ଭଲ ।

Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe