Advertisment

ଚଟାପଟ ବନାନ୍ତୁ ମସଲା ସାଣ୍ଡ୍ଉଇଚ୍

ଘରେ ତିଆରି କରନ୍ତୁ ମସଲା ସାଣ୍ଡ୍ଉଇଚ୍।

author-image
Tapaswini Nayak
masala sandwich

masala sandwich

ଆବଶ୍ୟକ ସାମଗ୍ରୀ:  ବ୍ରେଡ୍‌, ଆଳୁ, କଟା ପିଆଜ, ଧନିଆ ପତ୍ର, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମମସଲା ଗୁଣ୍ଡ, ମାୟୋନିଜ, ବଟର, ଟମାଟୋ ସସ୍

Advertisment

ପ୍ରସ୍ତୁତି ପ୍ରଣାଳୀ: ବଜାରରୁ ବ୍ରେଡ୍ ଆଣି ତାକୁ ଦୁଇ ସାଇଟ୍‌ରେ ବଟର ଲଗାଇ ଦିଅନ୍ତୁ। ଏହାକୁ ଅଳ୍ପ ଆଞ୍ଚରେ ଭାଜନ୍ତୁ। ଏହା ଅଳ୍ପ ଭାଜି ହେଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ପରେ ମସଲା କରିବା ପାଇଁ ପ୍ରଥମେ ଆଳୁକୁ ସିଝାଇ ଏକ ପାତ୍ରରେ ରଖନ୍ତୁ। ପରେ ତାକୁ ଭଲ ଭାବରେ ଚକଟି ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ଓ କଟା କଞ୍ଚା ଲଙ୍କାକୁ ସେଥିରେ ପକାଇ ଭାଜି ଦିଅନ୍ତୁ। ପରେ ସେଥିରେ ଚକଟି ରଖିଥିବା ଆଳୁକୁ ପକାଇ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତା’ ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଜିରା ପାଉଡର, ଗରମ ମସଲା ଓ ଲଙ୍କା ପାଉଡର ପକାଇ କିଛି ସମୟ କଷନ୍ତୁ। ତା’ପରେ ଏକପାତ୍ରକୁ ଥଣ୍ଡା ହେବା ପାଇଁ କାଢ଼ି ଦିଅନ୍ତୁ।

Advertisment

ପୂର୍ବରୁ ଭାଜି ରଖିଥିବା ବ୍ରେଡ ଉପରେ ଟମାଟୋ ସସ୍ ଲଗାଇ ଦିଅନ୍ତୁ। ଏହାପରେ ତା’ ଉପରେ ଆଳୁ ମସଲାକୁ ଦେଇ ଦିଅନ୍ତୁ। ତା’ ପରେ ସେଥିରେ ଆପଣଙ୍କ ପସନ୍ଦ ଅନୁସାରେ ମାୟୋନିଜ ଲଗାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ସାଣ୍ଡ୍ଉଇଚ୍।  ଘରେ ତିଆରି କରନ୍ତୁ ମସଲା ସାଣ୍ଡ୍ଉଇଚ୍।

Orissa Food