Advertisment

ଘରେ ତିଆରି କରନ୍ତୁ ମୁଢ଼ିର ଏହି ରେସିପି

ଘରେ ତିଆରି କରନ୍ତୁ ମୁଢ଼ି ପକୁଡି।

author-image
Tapaswini Nayak
Mudi pakudi

Mudi pakudi

ଆବଶ୍ୟକ ସାମଗ୍ରୀ:  ମୁଢ଼ି, ଗାଜର, କ୍ୟାପିସମ,ପିଆଜ,ଲୁଣ, ହଳଦୀ , ବେସନ, ଧଳା ରାଶି, କଟା କଞ୍ଚା ଲଙ୍କା, ଧନିଆ ପତ୍ର, ତେଲ,

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଢ଼ିକୁ ଏକ ପାତ୍ରରେ ନେଇ ତାକୁ  କିଛି ସମୟ ପାଇଁ ଭିଜାଇ ରଖନ୍ତୁ। ଏହା ଭିଜିଗଲା ପରେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ସେଥିରେ କଟା ଗାଜର, କ୍ୟାପିସମ ଓ ପିଆଜ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ , ବେସନ, ଧଳା ରାଶି, କଟା କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ।

ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ଗୋଳାଇ ରଖିଥିବା ମିଶ୍ରଣ ପକୁଡି ଆକାରରେ ଛାଣନ୍ତୁ। ପକୁଡିର ଦୁଇ ପାର୍ଶ୍ୱ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୁଢ଼ି ପକୁଡି। ଏହାକୁ ଟମାଟୋ ଚଟଣି ଓପୁଦିନା ଚଟଣି ସହ ଖାଇପାରିବେ।

Advertisment
Orissa Food