Advertisment

ପାଟିକୁ ସୁଆଦିଆ, ଘରେ ତିଆରି କରନ୍ତୁ ମୁଗ ତିଖିର

ଅତି ଅଳ୍ପ ଜିନିଷରେ ଓ ଅଳ୍ପ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଏହି ସୁଆଦିଆ ଆଇଟମ୍‌।

author-image
Niharika Rout
Sweet Dish

Sweet Dish

ଆବଶ୍ୟକ ସାମଗ୍ରୀ: ମୁଗ, ଘିଅ, ଚିନି, କେଶର, କାଜୁ, କୋରା ନଡ଼ିଆ,ଆଲମଣ୍ଡ, କଣ୍ଡେନସଡ ମିଲ୍କ,ଗୁଜରାତି ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗକୁ ପାଣିରେ ବତୁରାଇ ଭଲ ଭାବେ ବାଟି ଦିଅନ୍ତୁ। ତାକୁ ଏକ ମାଟି ପାତ୍ରରେ ରଖନ୍ତୁ। ସେଥିରେ ଚିନି, କେଶର, କାଜୁ, କୋରା ନଡ଼ିଆ, ଆଲମଣ୍ଡ, ଘିଅ, କଣ୍ଡେନସଡ ମିଲ୍କ ପକାନ୍ତୁ। ଏହି ମିଶ୍ରଣକୁ ଭଲ ଭାବେ ଫେଣ୍ଟନ୍ତୁ। ତା’ ପରେ ତାହାକୁ ଚୁଲିରେ ସିମ୍‌ ଆଞ୍ଚରେ ବସାନ୍ତୁ। ଏହାକୁ ନିୟମିତ ଭାବେ ଘାଣ୍ଟନ୍ତୁ।

ଜନ୍ତଣୀ ପ୍ରସ୍ତୁତ ହୋଇଯିବା ପରେ ସେଥିରେ ଗୁଜରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଏକ ପ୍ଲେଟରେ ଘିଅ ମାରି ଜନ୍ତଣୀକୁ ବାହାର କରି ଦିଅନ୍ତୁ। ତାହାକୁ ଥଣ୍ଡା ହେବାକୁ ଛାଡ଼ନ୍ତୁ। ଏହାପରେ ଛୋଟ ଛୋଟ ପିସ୍‌ କରି କାଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମୁଗ ତିଖିର ।

Advertisment
Odia Food Recipe