Advertisment

ଘରେ ତିଆରି କରନ୍ତୁ ମସରୁମର ଏହି ସୁନ୍ଦର ରେସିପି

ବର୍ଷା ପାଗରେ ଘରେ ତିଆରି କରନ୍ତୁ ମସରୁମ୍ କଟଲେଟ।

author-image
Tapaswini Nayak
mushroom  cotleg

mushroom cotleg

ଆବଶ୍ୟକ ସାମଗ୍ରୀ:  ଛତୁ, ଆଳୁ,ଅଦା,ପିଆଜ,ରସୁଣ ଛେଚା,କଟା କଞ୍ଚାଲଙ୍କା,କଟା ଧନିଆ ପତ୍ର, କର୍ଣ୍ଣଫ୍ଲୋର ପାଉଡର, ବେସନ, ଲଙ୍କା ଗୁଣ୍ଡ,ସୋୟା ସସ୍,ଟମାଟୋ ସସ୍,ଚିଲ୍ଲି ସସ୍,ଭିନେଗାର,ଚାଇନା ସଲ୍ଚ, ବ୍ରେଡ୍ କ୍ରମ୍ବ,ଲୁଣ ଓ ରିଫାଇନ୍ ତେଲ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାପରେ ୨ଟି ଆଳୁକୁ ପ୍ରେସର କୁକରରେ ସିଝାଇ ଏକ ପାତ୍ରରେ ରଖନ୍ତୁ। ଛତୁରେ ପିଆଜ,ରସୁଣ,ଅଦା ଛେଚାର ମିଶ୍ରଣକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କର୍ଣ୍ଣଫ୍ଲୋର,ଅଳ୍ପ ବେସନ,ଚାଇନା ସଲ୍ଟ,ସୋୟା ସସ୍,ଟମାଟୋ ସସ୍,ଚିଲ୍ଲି ସସ୍, ଲଙ୍କା ଗୁଣ୍ଡ,ଅଳ୍ପ ଲୁଣ, ଭିନେଗାର ଓ ଅଳ୍ପ ପାଣି ପକାଇ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଘୋଡେଇ ରଖି ଦିଅନ୍ତୁ ।

ମନେରଖନ୍ତୁ ମିଶ୍ରଣଟି ବହଳିଆ ଓ ଶୁଖିଲା ରହିବ। ବେଶୀ ପାଣି ପକାଇବେ ନାହିଁ। ଅଧଘଣ୍ଟା ପରେ ଏହି ମିଶ୍ରଣକୁ କାଢି ସେଥିରେ ସିଝା ଆଳୁକୁ ଚକଟି ଦିଅନ୍ତୁ।ଏହାପରେ ସେଥିରେ ଗୋଲ ଗୋଲ୍ ଚପ୍ ଆକାରର ଗଢି ଏକ ପାତ୍ରରେ ରଖନ୍ତୁ। ଏହାପରେ ବ୍ରେଡ୍ କ୍ରମ୍ବରେ ଚପ୍ ଗୁଡିକ ମିଶାଇ ଏକ ପାତ୍ରରେ ରଖନ୍ତୁ ।

Advertisment

ଏହାପରେ କରେଇଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଚପ୍ ଗୁଡିକ ତେଲରେ ପକାନ୍ତୁ। ଚପ୍‌ର ୨ ପଟ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଣନ୍ତ।ଏହିପରି ସବୁ ଚପ୍ ଗୁଡିକ ଛାଣିବା ପରେ ଚୁଲି ବନ୍ଦ କରି ଚପ୍ ଗୁଡିକ ଏକ ପାତ୍ରରେ ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ମସରୁମ୍ କଟଲେଟ।

Orissa Food