Advertisment

ମସରୁମ୍ ଚପ୍

ମସରୁମ୍ ଚପକୁ ଆପଣ ପୋଦିନା ଚଟଣି କିମ୍ବା ସସ୍ ସହିତ ଖାଇପାରିବେ।

ଅଦ୍ୟତନ ହୋଇଛି
mushroom pokada

mushroom pokada

Advertisment

ଛତୁ,ଆଳୁ ,ଅଦା, ପିଆଜ, ରସୁଣ ଛେଚା, କଟା କଞ୍ଚାଲଙ୍କା, କଟା ଧନିଆ ପତ୍ର, କର୍ଣ୍ଣଫ୍ଲୋର ପାଉଡର, ବେସନ, ଲଙ୍କା ଗୁଣ୍ଡ, ସୋୟା ସସ୍ ,ଟମାଟୋ ସସ୍ , ଚିଲ୍ଲି ସସ୍, ଭିନେଗାର,ଚାଇନା ସଲ୍ଚ, ବ୍ରେଡ୍ କ୍ରମ୍ବ,ଲୁଣ ଓ ରିଫାଇନ୍ ତେଲ ।

Advertisment

ପ୍ରଥମେ ଛତୁକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାପରେ ୨ଟି ଆଳୁକୁ ପ୍ରେସର କୁକରରେ ସିଝାଇ ଏକ ପାତ୍ରରେ ରଖନ୍ତୁ। ଛତୁରେ ପିଆଜ,ରସୁଣ,ଅଦା ଛେଚାର ମିଶ୍ରଣକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କର୍ଣ୍ଣଫ୍ଲୋର,ଅଳ୍ପ ବେସନ,ଚାଇନିଜ୍ ସଲ୍ଟ,ସୋୟା ସସ୍,ଟମାଟୋ ସସ୍,ଚିଲ୍ଲି ସସ୍, ଲଙ୍କା ଗୁଣ୍ଡ,ଅଳ୍ପ ଲୁଣ, ଭିନେଗାର ଓ ଅଳ୍ପ ପାଣି ପକାଇ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଘୋଡେଇ ରଖି ଦିଅନ୍ତୁ। ମନେରଖନ୍ତୁ ମିଶ୍ରଣଟି ବହଳିଆ ଓ ଶୁଖିଲା ରହିବ।

ଅଧଘଣ୍ଟା ପରେ ଏହି ମିଶ୍ରଣକୁ କାଢି ସେଥିରେ ସିଝା ଆଳୁକୁ ଚକଟି ଦିଅନ୍ତୁ । ଏହାପରେ ସେଥିରେ ଗୋଲ ଗୋଲ୍ ଚପ୍ ଆକାରର ଗଢି ଏକ ପାତ୍ରରେ ରଖନ୍ତୁ। ପରେ କରେଇରେ ତେଲକୁ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଚପ୍ ଗୁଡିକ ତେଲରେ ପକାନ୍ତୁ। ଚପ ଗୁଡ଼ିକ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମାଗରମ ‘ମସରୁମ୍ ଚପ୍’। ଏହି ମସରୁମ୍ ଚପକୁ ଆପଣ ପୋଦିନା ଚଟଣି କିମ୍ବା ସସ୍ ସହିତ ଖାଇପାରିବେ।

Advertisment
Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe