ଆବଶ୍ୟକ ସାମଗ୍ରୀ: ଛତୁ,ଆଳୁ ,ଅଦା, ପିଆଜ, ରସୁଣ ଛେଚା, କଟା କଞ୍ଚାଲଙ୍କା, କଟା ଧନିଆ ପତ୍ର, କର୍ଣ୍ଣଫ୍ଲୋର ପାଉଡର, ବେସନ, ଲଙ୍କା ଗୁଣ୍ଡ, ସୋୟା ସସ୍ ,ଟମାଟୋ ସସ୍ , ଚିଲ୍ଲି ସସ୍, ଭିନେଗାର,ଚାଇନା ସଲ୍ଚ, ବ୍ରେଡ୍ କ୍ରମ୍ବ,ଲୁଣ ଓ ରିଫାଇନ୍ ତେଲ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାପରେ ୨ଟି ଆଳୁକୁ ପ୍ରେସର କୁକରରେ ସିଝାଇ ଏକ ପାତ୍ରରେ ରଖନ୍ତୁ। ଛତୁରେ ପିଆଜ,ରସୁଣ,ଅଦା ଛେଚାର ମିଶ୍ରଣକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କର୍ଣ୍ଣଫ୍ଲୋର,ଅଳ୍ପ ବେସନ,ଚାଇନିଜ୍ ସଲ୍ଟ,ସୋୟା ସସ୍,ଟମାଟୋ ସସ୍,ଚିଲ୍ଲି ସସ୍, ଲଙ୍କା ଗୁଣ୍ଡ,ଅଳ୍ପ ଲୁଣ, ଭିନେଗାର ଓ ଅଳ୍ପ ପାଣି ପକାଇ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଘୋଡେଇ ରଖି ଦିଅନ୍ତୁ। ମନେରଖନ୍ତୁ ମିଶ୍ରଣଟି ବହଳିଆ ଓ ଶୁଖିଲା ରହିବ।
ଅଧଘଣ୍ଟା ପରେ ଏହି ମିଶ୍ରଣକୁ କାଢି ସେଥିରେ ସିଝା ଆଳୁକୁ ଚକଟି ଦିଅନ୍ତୁ । ଏହାପରେ ସେଥିରେ ଗୋଲ ଗୋଲ୍ ପକୋଡ଼ା ଆକାରର ଗଢି ଏକ ପାତ୍ରରେ ରଖନ୍ତୁ। ପରେ କରେଇରେ ତେଲକୁ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ପକୋଡ଼ା ଗୁଡିକ ତେଲରେ ପକାନ୍ତୁ। ପକୋଡ଼ା ଗୁଡ଼ିକ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମାଗରମ ‘ମସରୁମ୍ ପକୋଡ଼ା’। ଏହି ମସରୁମ୍ ପକୋଡ଼ାକୁ ଆପଣ ପୋଦିନା ଚଟଣି କିମ୍ବା ସସ୍ ସହିତ ଖାଇପାରିବେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।