Advertisment

ଘରେ ତିଆରି କରନ୍ତୁ ମସରୁମ୍‌ ମସାଲା ଟୋଷ୍ଚ

ମସରୁମ୍‌ ମସାଲା ଟୋଷ୍ଚ କୁ ସସ୍‌ କିମ୍ବା ଚଟଣୀ ସହ ଗରମାଗରମ୍‌ ଖାଇପାରିବେ।

author-image
Tapaswini Nayak
mushroom-toast

mushroom-toast

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, କଟା ମସରୁମ୍‌, ରିଫାଇନ୍‌ ତେଲ, ଗୋଟା ଜିରା, କଶ୍ମିରୀ ଲଙ୍କା, କଟା ରସୁଣ, କଟା ପିଆଜ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, କଟା ଟମାଟୋ, ବଟର୍‌, ଚିଜ୍‌ କୋରା, ଲେମ୍ବୁ ରସ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ଜିରା, କଶ୍ମିରୀ ଲଙ୍କା, କଟା ପିଆଜ ଓ ରସୁଣ ପକାଇ ଭାଜନ୍ତୁ। ପରେ ସେଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଅଳ୍ପ ପାଣି ଦେଇ ସେସବୁକୁ ଭଲଭାବେ କଷନ୍ତୁ। ପରେ ଏଥିରେ ଟମାଟୋ ପକାଇ କଷନ୍ତୁ।

କିଛି ସମୟ କଷିବା ପରେ ଏଥିରେ କଟା ମସରୁମ୍‌ ପକାନ୍ତୁ। ଏଥିସହ ଲୁଣ, ବଟର୍‌ ଓ ଅଳ୍ପ ଲେମ୍ବୁ ରସ ମଧ୍ୟ ପକାଇ ଦିଅନ୍ତୁ ଏବଂ ମିଶ୍ରଣକୁ ଭଲଭାବେ କଷି ଦିଅନ୍ତୁ। ବର୍ତ୍ତମାନ ବ୍ରେଡ୍‌ଗୁଡ଼ିକୁ ବଟର୍‌ ଲଗାଇ ଓଭନ୍‌ରେ ସେକି ଦିଅନ୍ତୁ।

Advertisment

ପରେ ପ୍ରତି ବ୍ରେଡ ପିସ୍‌ ଉପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସମରୁମ୍‌ ମସଲାକୁ ଲଗାନ୍ତୁ। ଏହା ଉପରେ କିଛି ଚିଜ୍‌ କୋରା ପକାନ୍ତୁ। ଏହା ଉପରେ ଆଉ ଏକ ବ୍ରେଡ୍‌କୁ ରଖନ୍ତୁ। କିଛି ସମୟ ଓଭନ୍‌ରେ ବ୍ରେଡକୁ ରଖି ଦିଅନ୍ତୁ। ପରେ ତାକୁ ବାହାରକୁ କାଢ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମସରୁମ୍‌ ମସାଲା ଟୋଷ୍ଚ । ଏହାକୁ ସସ୍‌ କିମ୍ବା ଚଟଣୀ ସହ ଗରମାଗରମ୍‌ ଖାଇପାରିବେ।

Lifestyle