/odisha-reporter/media/post_attachments/uploadimage/library/16_9/16_9_0/IMAGE_1676432023.jpg)
paneer corn cutlet
ଆବଶ୍ୟକ ସାମଗ୍ରୀ: ପନିର, ମକା, ବେସନ, କଟା ପିଆଜ ,ଅଦା-ରସୁଣ ପେଷ୍ଟ, କଟା କଞ୍ଚା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଲେମ୍ବୁ ରସ, ଧନିଆ ପତ୍ର, ଚାଟ୍ ମସଲା ,ରିଫାଇନ୍ ତେଲ, ବ୍ରେଡ କ୍ରମ୍ବ ଓ ସ୍ୱାଦନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ମକାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ମନେ ରଖନ୍ତୁ ମକାର ମିଶ୍ରଣକୁ ଚିକ୍କଣ କରି ନବାଟି ଖଣ୍ଡ ଖଣ୍ଡ ମକା ରଖିବେ । ଏହାପରେ ଏହି ମିଶ୍ରଣରେ ପନିର, ବେସନ, କଟା ପିଆଜ, କଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ଅଦା-ରସୁଣ ପେଷ୍ଟ, ଲେମ୍ବୁ ରସ, ଧନିଆ ପତ୍ର,ଚାଟ୍ ମସଲା ଓ ଅଲ୍ପ ଲୁଣ ମିଶାଇ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ଏହି ମିଶ୍ରଣକୁ ହାତରେ ଗୋଲ ଗୋଲ ଆକାରର ବଲ୍ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ବଲ୍ ଗୁଡିକ ବ୍ରେଡ କ୍ରମ୍ବ୍ ରେ କୋଟିଂ କରି ଏକ ପାତ୍ରରେ ରଖନ୍ତୁ।
ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ପନିର ଓ ମକାରେ ତିଆରି ବଲ୍ ଗୁଡିକୁ ଛାଣନ୍ତୁ। କମ୍ ଆଞ୍ଚରେ ଏହି ବଲ୍ ଗୁଡିକ ଛାଣନ୍ତୁ। ପନିର କର୍ଣ୍ଣ କଟଲେଟ୍ ରଙ୍ଗ ବାଦାମୀ ହୋଇଆସିଲେ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମାଗରମ ଚଟପଟା ‘ପନିର କର୍ଣ୍ଣ କଟଲେଟ୍’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
