Advertisment

ଶୀତଦିନେ ଘରେ ତିଆରି କରନ୍ତୁ ଗରମାଗରମ ପନିର କବାବ

ସସ୍‌ ସହିତ ଗରମାଗରମ ପରଷନ୍ତୁ ପନିର କବାବ।

author-image
Tapaswini Nayak
Paneer kebab

Paneer kebab

ଆବଶ୍ୟକ ସାମଗ୍ରୀ: ଆଳୁ, ପନିର, ଲୁଣ, ଜୁଆଣି, କଟା ପିଆଜ, ଅଦା, ରସୁଣ, କଟା କଞ୍ଚା ଲଙ୍କା, ସେଜଓ୍ଵାନ ସସ୍‌, କର୍ନଫ୍ଲୋର, ଧନିଆ ପତ୍ର, ଅଦା, ରସୁଣ,ଗାଜର, କ୍ୟାପସିକମ୍‌  ।

Advertisment

ଆବଶ୍ୟକ ସାମଗ୍ରୀ:  ଆଳୁ ପନିର କବାବ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ପନିର ଓ ସିଝା ଆଳୁକୁ ନେଇ ଚକଟି ଦିଅନ୍ତୁ। ଏବେ ସେଥିରେ କଟା ହୋଇଥିବା ପିଆଜ, ଲୁଣ, କଟା କଞ୍ଚା ଲଙ୍କା, ଜୁଆଣି ଏବଂ ସେଜଓ୍ଵାନ ସସ୍‌, ଧନିଆ ପତ୍ର, ଛୋଟ ଛୋଟ କଟା ହୋଇଥିବା ଗାଜର, କ୍ୟାପସିକମ୍‌ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। 

ସେଥିରେ କିଛି ଅଦା, ରସୁଣ ପକାଇ ମିଶାଇ ଦିଅନ୍ତୁ। ଏହାକୁ ଛୋଟ ଛୋଟ ଟିକ୍କି ପରି ଗୁଳା କରି ଦିଅନ୍ତୁ। ଏବେ କର୍ନ ଫ୍ଲୋର ଘୋଳରେ କବାବ୍‌କୁ ବୁଡାଇ ତେଲରେ ଛାଣିଦିଅନ୍ତୁ। ଦୁଇ ପାଖ ଲାଲ ହେବା ପରେ ବାହାରକୁ କାଢ଼ି ଦିଅନ୍ତୁ। ଏବେ ସସ୍‌ ସହିତ ଗରମାଗରମ ପରଷନ୍ତୁ ପନିର କବାବ।

Advertisment
Orissa Food