Advertisment

ପନିର ମସଲା

ପନିର ମସଲାକୁ ଆପଣ ରୁଟି କିମ୍ବା ଭାତ ସହ ଖାଇପାରିବେ।

ଅଦ୍ୟତନ ହୋଇଛି
paneer masala

paneer masala

Advertisment

ଆବଶ୍ୟକ ସାମଗ୍ରୀ: ପନିର, ତେଲ, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ପିଆଜ, ରସୁଣ ଓ ଅଦା ପେଷ୍ଟ, ବଟର, କଟା ପିଆଜ, କଞ୍ଚା ଲଙ୍କା, ଗ୍ରୀନ ମଟର, ଧନିଆ ପତ୍ର, ପନିର ମସଲା, କରି ପାଉଡର, ଗରମ ମସଲା, କଲର ମସଲା, କାଜୁ, ମଗଜ ପେଷ୍ଟ।

Advertisment

ପ୍ରସ୍ତୁତି ପ୍ରଣାଳୀ: ବଜାରରୁ କିଛି ପନିର ଆଣି ଛୋଟ ଛୋଟ କରି କାଟି ରଖନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ସେଥିରେ ଗୋଟା ମସଲା(ଲବଙ୍ଗ, ଗୁଜରାତି ଓ ଡାଲଚିନି) ପକାନ୍ତୁ। ଏହା ଭାଜି ହୋଇଗଲା ପରେ କଟା ହୋଇଥିବା ପିଆଜକୁ ସେଥିରେ ପକାଇ ଭାଜନ୍ତୁ। ପିଆଜ ନାଲି ହେବା ପରେ ଅଦା, ରସୁଣ,ପିଆଜ ପେଷ୍ଟ ଓ ଟମାଟୋ ପକାଇ କଷନ୍ତୁ। ଏହା କଷି ହେବା ପରେ ସେଥିରେ ଧନିଆ, ଲଙ୍କା, ଜିରା ଗୁଣ୍ଡ ,ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ସେଥିରେ ପନିର ମସଲା ପକାଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ କାଜୁ ମଗଜ ପେଷ୍ଟ ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। ଏହା କଷି ହେବାପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ।

ମସଲା ଗ୍ରେଭି ହୋଇଗଲା ପରେ ସେଥିରେ ପନିରକୁ ପକାନ୍ତୁ। ଆପଣ ଚାହିଁଲେ ଗ୍ରୀନ ମଟର ପକାଇ ପାରିବେ। କିଛି ସମୟ ତାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ। ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା  ପନିର ମସଲା। ଏହାକୁ  ଆପଣ ରୁଟି କିମ୍ବା ଭାତ ସହ ଖାଇପାରିବେ।

Advertisment
Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe