Advertisment

ଘରେ ତିଆରି କରନ୍ତୁ ପନିରର ଏହି ରେସିପି

ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

author-image
Tapaswini Nayak
Paneer reshmi

Paneer reshmi

ଆବଶ୍ୟକ ସାମଗ୍ରୀ:  ପନିର, ପିଆଜ, ଟମାଟୋ, ଶିମଳା ଲଙ୍କା, ଅଦା ରସୁଣ ପେଷ୍ଟ, ଜିରା, ପାଣି, ଧନିଆ ପାଉଡର, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କ୍ରିମ୍, ଧନିଆପତ୍ର, ଗରମ ମସଲା, ତେଲ ଓ ଲୁଣ ସ୍ୱାଦ ଅନୁସାରେ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପିଆଜ, ଟମାଟୋ ଓ ଶିମଲା ଲଙ୍କାକୁ ଲମ୍ବା କରି କାଟିଦିଅନ୍ତୁ। ତା’ ପରେ କରେଇରେ ତେଲ ଗରମ କରି ଜିରା ପକାନ୍ତୁ। ଜିରା ଫୁଟିବା ପରେ କଟା ପିଆଜକୁ ସେଥିରେ ପକାନ୍ତୁ। ଏହାପରେ ଏଥିରେ କଟା ହୋଇଥିବା ଟମାଟୋ ଏବଂ ଶିମଲା ଲଙ୍କା ପକାଇ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏହାପରେ ଅଦା ରସୁଣ ପେଷ୍ଟ, ଧନିଆ ପାଉଡର, ଲଙ୍କାଗୁଣ୍ଡ, ପନିର ମସଲା, ହଳଦିଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ। ମସଲା କଷି ହେବା ପରେ ଏଥିରେ ଅଳ୍ପ ପାଣି ସହିତ ପନିର ପକାଇ ଘୋଡ଼ାଇ ଦିଅନ୍ତୁ ।

୧୦ ମିନିଟ୍ ପରେ ଗ୍ୟାସକୁ ବନ୍ଦ କରି କ୍ରିମ ଏବଂ ଗରମ ମସଲା ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ରେଶମି ପନିର । ଏହାକୁ ଗରମ ଗରମ ପରଷନ୍ତୁ।ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Advertisment
Orissa Food