Advertisment

‘ପାରିଜାତ’ ମିଠା

ଏହି ରେସିପି ଘରେ ବନେଇ ଠାକୁରଙ୍କ ନିକଟରେ ଭୋଗ ଲଗେଇ ପାରିବେ।

parijata

parijata

Advertisment

ଆବଶ୍ୟକ ସାମଗ୍ରୀ-  ଅଟା, କଦଳୀ, ଚିନି, ଗୁଜୁରାତି ଗୁଣ୍ଡ, ଗୁଡ଼, ରିଫାଇନ୍ ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ମିଶେଇ ଦିଅନ୍ତୁ। ଏହାପରେ ସେଥିରେ ଅଟା ଓ ପାଣି ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ପରେ ଚୁଲିରେ ତାୱା ବସାଇ ଗରମ କରନ୍ତୁ। ତାୱା ଗରମ ହେଲା ପରେ ସେଥିରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଆଗରୁ ପ୍ରସ୍ତୁତ କରିଥିବା ମିଶ୍ରଣକୁ ଗୋଲଗୋଲ ପିଠା ଆକାରରେ ଗଢନ୍ତୁ। ପରେ ଏହାକୁ ଦୁଇ ପଟ ଲାଲ ହେବା ପର୍ଯ୍ୟନ୍ତ ସେକନ୍ତୁ । ଏହାପରେ ପିଠା ଗୁଡିକ ଏକ ପାତ୍ରରେ କାଢ଼ି ରଖନ୍ତୁ ।

Advertisment

ପରେ ଗୁଡ଼ରେ ପାଗ ତିଆରି କରନ୍ତୁ।  ଗୁଡ଼ ପାଗ ହୋଇଯିବା ପରେ ତାକୁ କିଛି ସମୟ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ପରେ ସେଥିରେ ଛାଣି ରଖିଥିବା ପିଠାକୁ ପକାଇ ଦିଅନ୍ତୁ। ଏହାକୁ ୨ରୁ ୩ ମିନିଟ୍ ଗୁଡ଼ ପାଗରେ ପକାଇ ବୁଡାଇ ରଖିନ୍ତୁ । ଏହାପରେ ଏହି ପିଠା ଗୁଡିକ ଏକ ପ୍ଲେଟ୍ କୁ କାଢି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ପାରିଜାତ’ ମିଠା। ଏହି ରେସିପି ଘରେ ବନେଇ ଠାକୁରଙ୍କ ନିକଟରେ ଭୋଗ ଲଗେଇ ପାରିବେ। 

Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe