ମାଟି ହାଣ୍ଡି ପୋସ୍ତ ଚିକେନ୍‌

ଆପଣ ଏହି ରେସିପିଟିକୁ ଉଭୟ ଭାତ ଓ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Posto Chicken PhotoPinterrest

ମାଟି ହାଣ୍ଡି ପୋସ୍ତ ଚିକେନ୍‌

Tapaswini Nayak
  • Published: Friday, 24 March 2023
  • Updated: 24 March 2023, 01:24 PM IST

Sports

Latest News

ଆବଶ୍ୟକ ସାମଗ୍ରୀ:  ଚିକେନ୍‌, ପୋସ୍ତ ବଟା, ଅଦା ରସୁଣ ଜିରା ସୋରିଷ ପେଷ୍ଟ, ଅଦା,ରସୁଣ,ପିଆଜ ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ହଳrg ଗୁଣ୍ଡ, ତେଲ, ଟମାଟୋ, ରସୁଣ ଓ ଅଦା ଛେଚା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ଭୁର୍ସୁଙ୍ଗ ପତ୍ର, ଲୁଣ, କଞ୍ଚା ଲଙ୍କା ଓ ଲେମ୍ବୁ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସେଥିରେ ପୋସ୍ତ ବଟା ଏବଂ ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ୍‌ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଦା-ରସୁଣ-ପିଆଜ ବଟା ମଧ୍ୟ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ କଟା ପିଆଜ, ହଳଦି ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ  ଓ ଲଙ୍କା ଗୁଣ୍ଡ ପକାନ୍ତୁ।

Also Read

ଏହାପରେ ରସୁଣ ଛେଚା, କଟା ଟମାଟୋ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ କିଛି ସମୟ ଢାଙ୍କି ରଖି ଦିଅନ୍ତୁ।

ତା’ପରେ ଏକ ମାଟି ପାତ୍ରରେ ତେଲ ଗରମ କରି ସାମାନ୍ୟ କଟା ହୋଇଥିବା ଗୋଟା କଞ୍ଚା ଲଙ୍କା, କଟା ପିଆଜ ଓ ଭୁର୍ସୁଙ୍ଗ ପତ୍ର ପକାଇ ଛୁଙ୍କ କରନ୍ତୁ।ଏହାପରେ ମ୍ୟାରିନେଟ୍‌ ଚିକେନ୍‌କୁ ଛୁଙ୍କରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମାଟି ପାତ୍ରକୁ ଘୋଡ଼ାଇ ଦିଅନ୍ତୁ ଓ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ପାଞ୍ଚ ଦଶ ମିନିଟ୍‌ରେ ଥରେ ଘୋଡ଼ଣି କାଢ଼ି ଚିକେନ୍‌କୁ ଭଲ ଭାବେ ଗୋଳାଇ ଦିଅନ୍ତୁ, ନ ହେଲେ ଚିକେନ୍‌ ମାଟି ପାତ୍ରରେ ଲାଗି ଯାଇପାରେ। ପ୍ରାୟ ଅଧା ଘଣ୍ଟା ପରେ ଚିକେନ୍ ସିଝି ଯିବା ପରେ ଏଥିରେ ଧନିଆ ପତ୍ର ପକାନ୍ତୁ ଓ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ମାଟି ହାଣ୍ଡି ପୋସ୍ତ ଚିକେନ୍‌’। ଆପଣ ଏହି ରେସିପିଟିକୁ ଉଭୟ ଭାତ ଓ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos