Advertisment

ବର୍ଷା ପାଗରେ ଘରେ ତିଆରି କରନ୍ତୁ ମସଲା ବ୍ରେଡ୍ ଟୋଷ୍ଟ

ମସଲା ବ୍ରେଡ୍ ଟୋଷ୍ଟକୁ ପୁଦିନା ଚଟଣୀ ଓ ଟମାଟୋ ସସ୍ ସହ ଖାଆନ୍ତୁ।

Bread masala toast

Bread masala toast

Advertisment

ଆବଶ୍ୟକ ସାମଗ୍ରୀ:  ବ୍ରେଡ୍‌, ସିଝା ଆଳୁ (ଅଧା ଚକଟା ହୋଇଥିବା), ଧନିଆ ପତ୍ର, ଲେମ୍ବୁ, ପିଆଜ, ଟମାଟୋ, କ୍ୟାପ୍‌ସିକମ୍‌, ପାଓଭାଜି ମସଲା, ଲଙ୍କା ଗୁଣ୍ଡ, ବଟର୍‌ ଏବଂ ସ୍ୱାଦ ଅନୁସାରେ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ର ନେଇ ସେଥିରେ ସିଝା ଆଳୁ (ଅଧା ଚକଟା ହୋଇଥିବା), କଟା ଧନିଆ ପତ୍ର, ପିଆଜ,ଲେମ୍ବୁ ରସ, କଟା କ୍ୟାପ୍‌ସିକମ୍‌, ଲଙ୍କା ଗୁଣ୍ଡ, ପାଓଭାଜି ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଶେଷରେ ଲୁଣ ପକାଇ ଆଉ  ଥରେ ଗୋଳାଇ ଦିଅନ୍ତୁ।ଏହା ପରେ ବ୍ରେଡ୍‌ ନେଇ ତା ଉପରେ ପୂର୍ବରୁ ପ୍ରସ୍ତୁତ କରିଥିବା ମସଲାକୁ ଲଗାଇ ଦିଅନ୍ତୁ।

ଏହାପରେ ଗ୍ୟାସ୍‌ରେ ତାୱା ବସାଇ ସେଥିରେ ବଟର୍‌ ପକାନ୍ତୁ। ପରେ ସେଥିରେ ବ୍ରେଡ୍‌ ମସଲାକୁ ପକାଇ ଅଳ୍ପ ଆଞ୍ଚରେ ଭାଜନ୍ତୁ।  ଅଧିକ ଆଞ୍ଚରେ ବ୍ରେଡଟିକୁ ଭାଜିଲେ ପୋଡ଼ି ଯିବ। ଧୀମା ଆଞ୍ଚରେ ଭାଜିଲେ ବ୍ରେଡ୍‌ ଟୋଷ୍ଟ ଲାଲ ଦେଖାଯିବା ସହ  ପୋଡ଼ିବନି।  ଦୁଇ ସାଇଡ୍ ହୋଇଯିବା ପରେ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ବ୍ରେଡ୍ ଟୋଷ୍ଟ। ଏହାକୁ ଆପଣ ପୁଦିନା ଚଟଣୀ ଓ ଟମାଟୋ ସସ୍ ସହ ଖାଆନ୍ତୁ। 

Advertisment
Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe