Advertisment

ସକାଳ ଜଳଖିଆରେ ଖାଆନ୍ତୁ ସୁଜି ମସଲା ପିଠା

ଘରେ ତିଆରି କରନ୍ତୁ ସୁଜି ମସଲା ପିଠା

author-image
Tapaswini Nayak
suji pitha

suji pitha

ପ୍ରଥମେ କିଛି ସୁଜି ଓ କଞ୍ଚା ଆଳକୁ ମିଶାଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଗ୍ରାଇଣ୍ଡିଂ କରିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପରେ କରେଇରେ ତେଲ ପକାଇ ଗରମ କରନ୍ତୁ।

Advertisment

ତେଲ ଗରମ ହେବା ପରେ ସେଥିରେ ଗୋଟା ଜିରା ଓ ଭୃସଙ୍ଗ ପତ୍ର ପକାନ୍ତୁ। ପରେ ସେଥିରେ କଟା ପିଆଜ ଓ କଞ୍ଚା ଲଙ୍କା ପକାଇ କିଛି ସମୟ ପାଇଁ ଭାଜନ୍ତୁ। ପରେ ସେଥିରେ କଟା ଗାଜର,କଞ୍ଚା ମଟର ପକାନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ଓ ଲଙ୍କା ଗୁଣ୍ଡ ପକାଇ ତାକୁ ସିଝିବା ପର୍ଯ୍ୟନ୍ତ ଭାଜନ୍ତୁ। ଏହା ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ  ଗ୍ରାଇଣ୍ଡିଂ କରି ରଖିଥିବା ପିଠଉକୁ ପିଠା ଆକାରରେ ଗଢ଼ନ୍ତୁ। ପିଠା ଦୁଇ ପାର୍ଶ୍ୱ ହୋଇଗଲା ପରେ ତା’ ଉପରେ ଟମାଟୋ ସସ୍‌କୁ ଲଗାଇ ଦିଅନ୍ତୁ। ପରେ ସେଥିରେ ରଖିଥିବା ମସଲାକୁ ତା’ ଉପରେ ପକାଇ ଦିଅନ୍ତୁ। ପରେ ତା’ ଉପରେ ପିଠଉ ପକାଇ ଢାଙ୍କି ଦିଅନ୍ତୁ। କିଛି ସମୟ ଏହାକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ଏହା ହୋଇଗଲା ତାକୁ ଏକ ପାତ୍ରକୁ କଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଜି ମସଲା ପିଠା। ଏହାକୁ ଆପଣ ଟମାଟୋ ଚଟଣୀ ସହ ଖାଇପାରିବେ। 

Advertisment
Orissa Food