Advertisment

ବର୍ଷା ପାଗରେ ଘରେ ତିଆରି କରନ୍ତୁ ‘ସୋୟା ମଞ୍ଚୁରିଆନ’

ସୋୟା ମଞ୍ଚୁରିଆନକୁ ରୁଟି ବା ପରଟା ସହ ଖାଇଲେ ବେଶୀ ଭଲ ଲାଗିଥାଏ ।

author-image
Tapaswini Nayak
Soya Manchurian

Soya Manchurian

ଛୋଟ ପିଲାମାନେ ବେଶୀ ଚଟପଟା ଖାଦ୍ୟ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି। ଆମେ ଘରେ ମଧ୍ୟ ଚଟପଟା ଖାଦ୍ୟ ବନାଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ସୋୟାବିନର ଏକ ସହଜ ଓ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନାଁ ହେଉଛି ‘ସୋୟା ମଞ୍ଚୁରିଆନ’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Advertisment

ଆବଶ୍ୟକ ସାମଗ୍ରୀ: ସୋୟାବିନ, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଗୋଲମରିଚ, ପିଆଜ, ଶିମଳା ଲଙ୍କା, ଚିଲି ସସ୍, ସୋୟା ସସ୍, ରସୁଣ, ଅଦା, କଟା ପିଆଜ, କଞ୍ଚାଲଙ୍କା, ଟମାଟୋ ସସ୍‌, ଲୁଣ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସୋୟାବିନକୁ ଗରମ ପାଣିରେ ତିନି ଚାରି ମିନିଟ ବତୁରାଇ ଦିଅନ୍ତୁ ।ଏହାପରେ ସୋୟାବିନ ଗୁଡ଼ିକୁ ପାଣିରୁ ଚିପୁଡି କାଢି ନିଅନ୍ତୁ। ଏକ ପାତ୍ରରେ ବତୁରି ଯାଇଥିବା ସୋୟାବିନକୁ କର୍ଣ୍ଣଫ୍ଲୋର, ଲୁଣ, ଲଙ୍କାଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ କିଛି ସମୟ ପର୍ଯ୍ୟନ୍ତ ରଖିଦିଅନ୍ତୁ। ପରେ ତାକୁ ତେଲରେ ଛାଣି ଏକ କଡ଼େଇରେ ରଖନ୍ତୁ।

Advertisment

ଏବେ କଡ଼େଇରେ ଅଳ୍ପ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଗରମ ହୋଇଯିବା ପରେ ସେଥିରେ ଅଦା ରସୁଣ, ପିଆଜ କଞ୍ଚାଲଙ୍କା ଓ ଶିମିଳା ଲଙ୍କା ପକାଇ ୧ମିନିଟ ଭାଜନ୍ତୁ । ଏହାପରେ ସେଥିରେ ଟମାଟୋ ସସ୍, ଚିଲି ସସ୍‌, ସୋୟା ସସ୍‌ ଓ ଅଳ୍ପ ଲୁଣ ପକାନ୍ତୁ। ଏହାପରେ ଏଥିରେ ଅଧାକପ୍‌ ପାଣି ମିଶାଇ ତାକୁ ଭଲରେ ଭାବରେ ଗୋଳାଇ ଦିଅନ୍ତୁ। ୟ ଏବେ ପୂର୍ବରୁ ରଖିଥିବା ସୋୟାବିନକୁ ଝୋଳରେ ପକାଇ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ସୋୟା ମଞ୍ଚୁରିଆନ’। ଏହି ରେସିପିଟିକୁ ରୁଟି ବା ପରଟା ସହ ଖାଇଲେ ବେଶୀ ଭଲ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Orissa Food