Advertisment

ମଟର ତରକାରୀ ସହ ଖାଆନ୍ତୁ ସୁଜି ପରଟା

ଏହାକୁ ଆପଣ ମଟର ତରକାରୀ ବା ଚଟଣି ସହ ଖାଇପାରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
suji paratha

suji paratha

ଆମେ ଘରେ ସାଧାରଣତଃ ଅଟା ଓ ମଇଦାରେ ତିଆରି ରୁଟି କିମ୍ବା ପରଟା ଖାଇଥାନ୍ତି। ହେଲେ କେବେ ଆପଣ ସୁଜିର ତିଆରି ପରଟା ଖାଇଛନ୍ତି। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ସୁଜି ପରଟା।

Advertisment

ଆବଶ୍ୟକ ସାମଗ୍ରୀ:  ସୁଜି, ପାଣି, ଲୁଣ, ଅଟା, ତେଲ କିମ୍ବା ଘିଅ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇକୁ ଗ୍ୟାସରେ ବସାଇ ଗରମ କରନ୍ତୁ। ଏହା ଗରମ ହେବା ପରେ ସେଥିରେ ସୁଜି ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଭାଜି ହୋଇଗଲାପରେ ସେଥିରେ ଅଳ୍ପ ପାଣି ଦେଇ ଜନ୍ତନ୍ତୁ। ଏହି ଜନ୍ତୁଣିରେ ସ୍ୱାଦ ଅନୁସରରେ ଲୁଣ ପକାନ୍ତୁ। କିଛି ସମୟ ଜନ୍ତି ସାରିବା ପରେ ଏହାକୁ ଥଣ୍ଡା ହେବା ପାଇଁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଜନ୍ତୁଣି ଥଣ୍ଡା ହୋଇଯିବା ପରେ ସେଥିରେ ଅଟା ପକାଇ କିଛି ସମୟ ଚକଟି ଦିଅନ୍ତୁ। ଚକଟି ସାରିବା ପରେ ରୁଟି ବା ପରଟା କରିବା ପାଇଁ ଗୋଲ ଗୋଲ ଗୋଲା କରନ୍ତୁ।

ପରେ ତାକୁ ପରଟା କିମ୍ବା ରୁଟି ଆକାରରେ ବେଲନ୍ତୁ। ପରେ ତାୱାକୁ ଗ୍ୟାସରେ ବସାଇ ଗରମ କରନ୍ତୁ। ତାୱା ଗରମ ହେବା ପରେ ସେଥିରେ ବେଲି ରଖିଥିବା ରୁଟି କିମ୍ବା ପରଟାକୁ ପକାନ୍ତୁ। ପରେ ସେଥିରେ ତେଲ କିମ୍ବା ଘିଅ ପକାଇ ପରଟାକୁ ସେକନ୍ତୁ। ଏହାର ଦୁଇ ପାଖ ହୋଇଗଲାପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଜି ପରଟା। ଏହାକୁ ଆପଣ ମଟର ତରକାରୀ ବା ଚଟଣି ସହ ଖାଇପାରିବେ।

Advertisment
Orissa Food